ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା23 ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା 09 ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ଓ 02ଜଣ ଏନପିଏସ ଶିକ୍ଷକ


ବାରିପଦା,( କ ବ୍ୟୁ ) ତା୩୧/୦୭/୨୦୨୬ : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଙ୍କ ସଭାପତିତ୍ବରେ ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିବା 23 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ, ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଏହି କର୍ମଚାରୀମାନେ ଅବସର ଗ୍ରହଣ କରିଛନ୍ତି I ଜିଲ୍ଲାସ୍ତରୀୟ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏଥିରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ସେକ୍ସନ ଅଫିସର ସୁଦୀପ୍ତ କୁମାର ମୋୖଲିକ୍,ବରିଷ୍ଠ ସହାୟକ ଶକୁନ୍ତଳା ସେଠୀ ଓ ପିନାକୀ ବେରା,କନିଷ୍ଠ ସହାୟକ କ୍ଷେତ୍ର ମୋହନ ବେହେରା ପ୍ରମୁଖଙ୍କ ଉପସ୍ଥିତରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାI
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ ଅବସର ଗ୍ରହଣ କରୁଥିବା ସମସ୍ତଙ୍କୁ ସମସ୍ତ କାଗଜପତ୍ର ସହ ଉତ୍ତରୀୟ ପ୍ରଦାନ କରିବା ସହିତ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେIଏଥିରେ 09ଜଣଙ୍କୁ ପୂର୍ଣ୍ଣାଙ୍ଗ ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରାଯାଇଥିଲI Iଏଥିରେ ସାନଖଲାଡ଼ି ସଂସ୍କତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକଶ୍ୱର ପଣ୍ଡା, ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ଝୁମୁକାକୁଦର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତ, ଏସ.ଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବଯୋଡ଼ାର ପ୍ରଧାନ ଶିକ୍ଷକ ଅରୁଣ କୁମାର ଶତପଥୀ, ଜୀବନଦ୍ୱୀପ ଉଚ୍ଚ ବିଦ୍ୟାଳୟ ଗାଲୁସାହିର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାନ୍ତ,ସରକାରୀ ଉଚ୍ଚ ବିଦ୍ୟାଳୟ ଚିତ୍ରଡ଼ାର ପ୍ରଧାନ ଶିକ୍ଷକ ମିନାକ୍ଷୀ ନନ୍ଦୀ,ନୃସିଂହ ଚରଣ ମହାନ୍ତି, ହରି ନାରାୟଣ ଦାସ, ଜୟନ୍ତ କୁମାର ମହାନ୍ତ, ବିନୋଦ ପାଣ୍ଡେ, ବିଜୟ କୁମାର ଦାସ, ଅଶୋକ କୁମାର ପାଲ, ସୂର୍ଯ୍ୟମଣୀ ବେହେରା, ସଂଜିତ କୁମାର ଜେନା, ନନ୍ଦ କିଶୋର ବର୍ଦା, ସୋମନାଥ ସିଂହ, ପ୍ରଭାକର ବେହେରା, ସୋମନାଥ ବେହେରା, ମହେଶ୍ୱର ପୃଷ୍ଟି, ପ୍ରଦୀପ କୁମାର ନାୟକ, ଭଗବାନ ତୁଙ୍ଗ, ଶ୍ରୀପର୍ଣ୍ଣା ସାହୁ,ପଙ୍କଜିନୀ ମହାନ୍ତ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାI
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *