ଐତିହାସିକ ରେଭେନ୍ସା କଲଜେଟ ସ୍କୁଲ ପରିଦର୍ଶନ କଲେ ବିଧାୟିକା ସୋଫିୟା ଫିଦୋଷ

କଟକ ୩୧/୭: ‘ଆମ ଐତିହ୍ୟ, ଆମ ଗୌରବ’ ବାର୍ଭାକୁ ପାଥେୟ କରି ବାରବାଟୀ-କଟକ ବିଧାୟିକା ସୋଫିୟା

ଫିଦୋଷ ଐତିହାସିକ ରେଭେନ୍ସା କଲଜେଟ ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ର ସଂସଦର ସଦସ୍ୟମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ପ୍ରତ୍ୟକ୍ଷ ତ‌ଥ୍ୟ ସଂଗ୍ରହ କରିଥିଲେ । “କଟକର ଐତିହାସିକ ବିଦ୍ୟାଳୟଗୁଡ଼ିକ ଆମର ଗୌରବମୟ ଅତୀତ ଓ ସଂସ୍କୃତିର ପ୍ରତୀକ ଏଗୁଡ଼ିକର ପୁରୁଣା ଗରିମା ଓ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ସହ ଆଧୁନିକ ଶିକ୍ଷାଦାନ ପାଇଁ ଆବଶ୍ୟକ ଭିତ୍ତିଭୂମିର ରୂପାନ୍ତରଣ କରିବା ଆମର ପ୍ରାଥମିକତା । ଐତିହ୍ୟ ବିଦ୍ୟାଳୟ ଯୋଜନା’ ମାଧ୍ଯମରେ ମିଳିଥିବା ଅନୁଦାନ ଦ୍ବାରା ରେଭେନ୍ସା କଲଜେଟ ସ୍କୁଲ ସମେତ ଅନ୍ୟାନ୍ୟ ପୁରାତନ ବିଦ୍ୟାଳୟଗୁଡ଼ିକର ଆବଶ୍ୟକ ସୁଧାର କରାଯାଇ ପାରିବ ଏବଂ ଏହା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶ୍ରେଷ୍ଠ ଶିକ୍ଷା ପରିବେଶ ସୃଷ୍ଟି କରିବ ବୋଲି ବିଧାୟିକା କହିଥିଲେ । ଏହି ଅବସରରେ ବିଧାୟିକା ନେତାଜୀ ରହୁଥ‌ିବା ସେହି ଐତିହାସିକ ପ୍ରକୋଷ୍ଠକୁ ବୁଲି ଦେଖୁଥିଲେ । ସୂଚନାଯୋଗ୍ୟ ଯେ, ଐତିହ୍ୟ ବିଦ୍ୟାଳୟ ଯୋଜନା’ ଅଧୀନରେ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ସ୍କୁଲଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ସରକାରୀ ସ୍ତରରେ ଗୁରୁତ୍ବପୂର୍ଣ ପଦକ୍ଷେପ ନିଆଯାଉଛି I କଟକ ସହରର ପ୍ରସିଦ୍ଧ ଐତିହ୍ୟ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ପିଏମ୍ ଏକାଡେମୀ, ଭକ୍ତମଧୁ ବିଦ୍ୟାପୀଠ, ରେଭେନ୍ସା କଲଜେଟ୍ ସ୍କୁଲ, ରେଭେନ୍ସା ଗାର୍ଲସ ହାଇସ୍କୁଲ ଏବଂ କାଜିବଜାର ଗାର୍ଲସ ହାଇସ୍କୁଲ ଅନ୍ତର୍ଭୁକ୍ତ। ପ୍ରାଥମିକ ପର୍ଯ୍ୟାୟରେ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀର ଏହି ପ୍ରମୁଖ ବିଦ୍ୟାଳୟଗୁଡ଼ିକର ନବୀକରଣ ଓ ରୂପାନ୍ତରଣ ପାଇଁ ସରକାରଙ୍କ ପକ୍ଷରୁ ସ୍କୁଲ ପିଛା ୩ କୋଟି ୯୭ ଲକ୍ଷ ୪ ହଜାର ଟଙ୍କାର ଅନୁଦାନ ବରାଦ କରାଯାଇଛି।

ଏହି ଯୋଜନା ସମ୍ପର୍କରେ ବିଧାୟିକା ସୋଫିୟା ଫିଦୋଷ ପୂର୍ବରୁ ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଶଣ କରି ପ୍ରଶ୍ନ ପଚାରିଥିଲେ I ଶହେ ବର୍ଷରୁ ଅଧିକ ପୁରୁଣା କେତୋଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି, ସେଗୁଡ଼ିକର ଉନ୍ନ‌ତୀକରଣ ପାଇଁ କି ପ୍ରକାର ରୋଡ୍‌ମାପ୍ ରହିଛି ଏବଂ ଆର୍ଥିକ ସହାୟତାର ପରିମାଣ କେତେ, ସେ ନେଇ ସେ ସଦନରେ ବିସ୍ତୃତ ତଥ୍ୟ ମାଗିଥିଲେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଆରତୀ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ସଂଘମିତ୍ରା ପଟ୍ଟନାୟକ, ପୁରାତନ ଛାତ୍ର ସଂସଦ ସାଧାରଣ ସଂପାଦକ ପରଂବ୍ରହ୍ମ ମହାପାତ୍ର, ଧର୍ମଶ ନାୟକ, ଅଭିଭାବକ ସଂଘର ସଭାପତି ହରେକୃଷ୍ଣ ବହେରୋ, ସଂପାଦିକା ସତ୍ୟପ୍ରୀୟା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *