ମହାମହିମ ଙ୍କ ତିନି ଦିନିଆ ଓଡିଶା ଗ୍ରସ୍ତ

କଟକ : ଆସନ୍ତା କାଲି ଅଗଷ୍ଟ ୩ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦରୌପଦୀ ମୁର୍ମୁ ତିନି ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି। ୩ ତାରିଖ ସୋମବାର ଦିନ ମହାମହିମ ରାଷ୍ଟ୍ରପତି କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଆଁରା ସ୍ଥିତ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିଥିବେ। ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଇଛି। ରାଷ୍ଟ୍ରପତି ଙ୍କର ଗ୍ରସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଆସିବେ, ସେହି ରାସ୍ତା ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ବ୍ୟାରିକର ନିର୍ମାଣ କରାଯାଇଛି। ଆଜି କମିଶନରେଟ ପୋଲିସ ପକ୍ଷରୁ ରାଷ୍ଟ୍ରପତି ଙ୍କର ଗ୍ରସ୍ତ ର ଗୋଟିଏ ଦିନ ପୂର୍ବରୁ ପୋଲିସ ର କାରକେଡ ରିହଲସେଲ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଙ୍କର ଗ୍ରସ୍ତ ସମୟରେ 17 ପ୍ଲାଟୁନ ପୋଲିସ ମୁତୟନ ସହିତ 3 ଜଣ ଏସ ପି, 5 ଜଣ ଅତିରିକ୍ତ ଏସ ପି, ସନ୍ଧାନୀ କୁକୁର, ବମ ନିଷ୍କ୍ରିୟ କରି ଦଳ, ବ୍ଲାକ କମାଣ୍ଡୋ ଙ୍କୁ ବିଶ୍ଵବିଦ୍ୟାଳୟ ପରିସରକୁ ତନ ତନ କରି ଯାଞ୍ଚ କରୁଛନ୍ତି। ଆଜିଠାରୁ ବାରଙ୍ଗ ରାସ୍ତା ରେ କଟକଣା ଜାରି କରାଯାଇଛି। ବାରଙ୍ଗ ଠାରୁ ଜଗତ ଗୁରୁ କୃପାଳ ମହାରାଜ ଙ୍କ ବିଶ୍ୱବିଦ୍ୟାଳୟ ରାସ୍ତା ରେ ଭାରି ଯାନ ଚଳାଚଳ କୁ ନିଷିଦ୍ଧ କରାଯାଇଛି। ଆଜି ରାତି ୧୨ଟା ଠାରୁ ଆସନ୍ତା କାଲି ରାତି ୧୨ଟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ କଟକଣା ବଳବାତ୍ତର ରହିବ। ରାଷ୍ଟ୍ରପତି ଙ୍କ ପାଇଁ ୮ଟି ଡାକ୍ତରୀ ଦଳ ନିୟୋଜିତ କରାଯାଇଛି। କମିଶନରେଟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଙ୍କ ଗ୍ରସ୍ତ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ରାସ୍ତା ର ବିଭିନ୍ନ ସ୍ଥାନ ରେ ରାଷ୍ଟ୍ରପତି ଙ୍କ ସୁରକ୍ଷା ପାଇଁ ରାସ୍ତାକଡ଼ରେ ପୋଲିସ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *