ରୋଟାରୀ କ୍ଲବ ଉଦଳା ଠାରେ ୯ ତମ ଅଧିଷ୍ଠାନ ଦିବସ ମହା ସମାରୋହରେ ପାଳିତ


ବାରିପଦା/ଉଦଳା ତା୨ /୮/୨୦୨୬( କ ବ୍ୟୁ ) : )ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା  ଠାରେ ରୋଟାରୀ କ୍ଲବ ଉଦଳାର ଅଧିଷ୍ଠାନ ଦିବସ ସ୍ଥାନୀୟ ତୁଳସୀ କଲ୍ୟାଣୀ ମଣ୍ଡପରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। କ୍ଲବର ସଭାପତି ରୋ. ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୨୬–୨୭ ବର୍ଷ ପାଇଁ ରୋଟାରୀ ଜିଲ୍ଲା–୩୨୬୨ର ପ୍ରାନ୍ତପାଳ ରୋ. ଇନ୍ଦ୍ରଜିତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ପ୍ରାନ୍ତପାଳ ରୋ. କାଳୀ ପ୍ରସନ୍ନ ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ରୋ. ମନୋଜ କୁମାର ଦଳବେହେରା ଉପସ୍ଥିତ ରହି ରୋଟାରୀର ଆଦର୍ଶ, ସେବା ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ୨୦୨୬–୨୭ ବର୍ଷ ପାଇଁ ନବନିର୍ବାଚିତ ସଭାପତି ରୋ.  ଅଜୟ କୁମାର ବେହେରା ଓ ସମ୍ପାଦକ ରୋ. ରାଜ ଲଷ୍ମୀ ମହାନ୍ତି ସମେତ କ୍ଲବର ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ପ୍ରାନ୍ତପାଳ ରୋ. ଇନ୍ଦ୍ରଜିତ ସାହୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ।
ନିଜ ବକ୍ତବ୍ୟରେ ପ୍ରାନ୍ତପାଳ ରୋ. ସାହୁ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଏବଂ ଯୁବପିଢ଼ିଙ୍କ ନେତୃତ୍ୱ ବିକାଶ କ୍ଷେତ୍ରରେ ରୋଟାରୀର ଭୂମିକାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ରୋ. ମନୋଜ କୁମାର ଦଳବେହେରା ରୋଟାରୀର ସେବା ଦର୍ଶନ ଓ ସଦସ୍ୟମାନଙ୍କ ସାମାଜିକ ଦାୟିତ୍ୱ ସମ୍ପର୍କରେ ପ୍ରେରଣାଦାୟକ ମତବ୍ୟକ୍ତ କରିଥିଲେ।ନୂତନ କାର୍ଯ୍ୟକାରିଣୀ କମିଟିରେ  ପ୍ରଶାନ୍ତ କୁମାର ସେନ ଉପ ସଭାପତି, ଅଞ୍ଜଳି ମହାନ୍ତି ସହ ସମ୍ପାଦକ , ଚିତ୍ତରଞ୍ଜନ ବାରିକ, କୋଷାଧ୍ୟକ, ସୁଦର୍ଶନ ପ୍ରଧାନ କାର୍ଯ୍ୟନିର୍ବାହୀ. ସମ୍ପାଦକ ଏବଂ  ଅଶୋକ କୁମାର ମହାନ୍ତି,   ହରେନ କୁମାର ପଟ୍ଟନାୟକ, ମନୋରଞ୍ଜନ ପାଢ଼ୀ, ଦିଲୀପ ପଟ୍ଟଯୋଶୀ, କୁନ୍ତଳା ମହାନ୍ତ, ପ୍ରତାପ ମହାନ୍ତି,  ପ୍ରହଲାଦ କୁମାର ଦାସ, ,ପୂର୍ଣ୍ଣଚନ୍ଦ୍ର ସାହୁ, ବ୍ରହ୍ମାନନ୍ଦ ନାୟକ, ନିର୍ବାଚିତ ସଭାପତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ସଭାପତି   ଭାବେ ମନୋନୀତ ହୋଇଛନ୍ତି.ସଭା ଶେଷରେ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ସଭାକୁ ଧନ୍ୟବାଦ ଦେଇଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *