
ବାରିପଦା/ଉଦଳା, ତା୦୨/୦୮/୨୦୨୬( କ ବ୍ୟୁ ) : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା କଣ୍ଟ୍ରାକ୍ଟର ଆସୋସିଏସନ୍ର ଏକ ସାଧାରଣ ବୈଠକ ଉଦଳା ଡ଼ାକବଙ୍ଗଳାଠାରେ ସଭାପତି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ବିଶ୍ଵାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ସରକାରଙ୍କଠାରୁ ବାହାରୁଥିବା ଟେଣ୍ଡର ଗୁଡ଼ିକୁ ୦.୦୦% ରେ ସମସ୍ତେ ପକେଇବା ପାଇଁ ଆଲୋଚନା କରାଯାଇଥିଲା । ଦିର୍ଘ ଏକ ମାସ ଯାଏ ଭୁବନେଶ୍ବରରେ ଧାରଣାରେ ବସିବା ପରେ ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଛନ୍ତି ଠିକାଦାରମାନେ ଏବଂ ସର୍ଟ ଟେଣ୍ଡର କଲ ନୋଟିସ୍ ଜରିଆରେ ଜରୁରୀ ମରାମତି କାମ ଜାରି ରହିବା ସଙ୍ଗେ ସଙ୍ଗେ ସିଡ୍ୟୁଲି ଅଫ୍ ରେଟ୍ ଏବଂ ନେଗେଟିଭ ବିଡ଼୍ ଟେଣ୍ଡର ସଂଶୋଧନ ପାଇଁ ଫାଇଲ ଅର୍ଥ ବିଭାଗକୁ ଯାଇଛି ବୋଲି ଆସୋସିଏସନ୍ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନନ୍ଦ କିଶୋର ବିନ୍ଧାଣୀ ସୂଚନା ଦେଇଥିଲେ । ଦିର୍ଘଦିନ ଧରି ଉଦଳାଠାରେ ଆର.ଡ଼ି. ଡ଼ିଭିଜନ ଅଫିସ୍ ଚାଲୁ ହୋଇପାରୁନଥିବାସ୍ଥଳେ ଆସୋସିଏସନ୍ର ଧାରଣା ପରେ ବର୍ତମାନ ପୂର୍ଣ୍ଣମାତ୍ରାରେ ଚାଲୁ ହୋଇପାରିଛି, ଯାହା ଆସୋସିଏସନ୍ ସହ ସମସ୍ତ କଣ୍ଟ୍ରାକ୍ଟର ମାନଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ସାଧାରଣ ସମ୍ପାଦକ ମତବ୍ୟକ୍ତ କରିଥିଲେ । ଦିର୍ଘ ୨୧ ବର୍ଷ ଧରି ଉଦଳାଠାରେ କପ୍ତିପଦା ସବ୍-ଡ଼ିଭିଜନାଲ ଉଦଳା କଣ୍ଟ୍ରାକ୍ଟର ଆସୋସିଏସନ୍ ଦ୍ବାରା ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ତୋରଣ ଦ୍ବାରା ସୁ-ସଜ୍ଜିତ ହୋଇ ବିଶ୍ବକର୍ମା ପୂଜା ପାଳନ ହୋଇପାରିଛି । ଏବର୍ଷ ବାବା ବିଶ୍ୱକର୍ମାଙ୍କ ପୂଜାରେ ଶ୍ରୀ ବଦ୍ରିନାଥଙ୍କ ମନ୍ଦିର ତିଆରି କରାଯିବାର ସ୍ଥିରିକୃତ ହୋଇଅଛି । ଏହାଛଡ଼ା ଆସୋସିଏସନ୍ର ନିୟମ ଅନୁଯାୟୀ ପ୍ରତ୍ୟେକ ତିନି ବର୍ଷରେ ଥରେ ନୂତନ କର୍ମକର୍ତା ଚୟନ କରାଯାଇଥାଏ, ସେହି ନିୟମ ଅନୁଯାୟୀ ନିମ୍ନଲିଖତ ନୂତନ କର୍ମକର୍ତା ଚୟନ କରାଯାଇଅଛି । ଚେୟାରମ୍ୟାନ ଭାବେ ନନ୍ଦକିଗୋରି ବିନ୍ଧାଣୀ, ସଭାପତି ପୂର୍ଣଚନ୍ଦ୍ର ବିଶ୍ବାଳ, କାର୍ଯ୍ୟକାରୀ ସଭାପତି ରୁଦ୍ରନାରାୟଣ ପଳତା, ଉପ-ସଭାପତି ଭାବେ ସରୂପ କୁମାର ମହାପାତ୍ର ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)