
କଟକ : ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ମହାନଦୀ ବିହାର,କଟକ ପରିସରରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ବିଦ୍ଯୁତଲତା ସ୍ବାଇଁ ଓ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାମଚନ୍ଦ୍ର ଜେନାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ପରିଚାଳନା ସମିତିର ସଭାପତି ମାନନୀୟା ପ୍ରତିମା ଶତପଥୀ ସଭାରେ ଅଧ୍ୟକ୍ଷତା କରିବା ସହିତ ଜଣେ ଶିକ୍ଷକ ଜୀବନର ଶ୍ରଦ୍ଧା ଓ ସମର୍ପଣ ଭାବ ବିଷୟରେ ଆଲୋଚନା କରିଥିଲେ।ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ ଉଭୟଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଭାଗିରଥୀ ଦଳାଇ ଉଭୟଙ୍କ ବିଦ୍ୟାଳୟ ସହିତ ଦୀର୍ଘ ଦିନର ସଂପୃକ୍ତି ଓ ସେବା ମନୋବୃତ୍ତିର ବିଷୟରେ ସୂଚନା ଦେଇଥିଲେ। ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସତ୍ଯଭାମା ମହାନ୍ତି ମଧ୍ୟ ଉଭୟଙ୍କ ସୁସ୍ଥ ଜୀବନ କାମନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶ ଅତିଥି ମାନଙ୍କର ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ସମୀର ମହାନ୍ତି ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିବା ସମୟରେ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଲେଖ କୁମାର ପାଗଳ ମଞ୍ଚ ସଂଯୋଜନା କରିଥିଲେ। ଦିବାପ୍ରମୁଖ ଶ୍ରୀଯୁକ୍ତ ଚକ୍ରଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ଦେବା ସମୟରେ ଉଭୟ ଆଚାର୍ଯ୍ୟ ଆଚାର୍ଯ୍ୟା ଭାବବିହ୍ବଳ କଣ୍ଠରେ ଶିଶୁମାନଙ୍କ ସହିତ କଟିଥିବା ଅଭୁଲା ସ୍ମୃତି ସବୁ ଉପସ୍ଥାପନ କରିଥିଲେ। ସମସ୍ତ ଶିଶୁ ଓ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଉପସ୍ଥିତରେ ଗୁରୁଜୀ ଗୁରୁମାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।