ପ୍ରଭୁ ସୁନାବେଶ ରଥ ପରେ ଉଭା
ମହଣ ମହଣ ସୁନା
ଅଳଂକାର ବେଶ ରଥରେ ବସିଛ
ସଂଗୀତ ସ୍ବର ମୁତ୍ସନା।
ଶହେ ଅଣତିଶ ସୁନା ଅଳଂକାର
ଦୃଶ୍ୟ ବଡ ମନହର
ଭକ୍ତ ଗଣ ଶଖା ପ୍ରଭୁଙ୍କ ଚରଣେ
ପ୍ରଣାମ ପ୍ରଭୁ ଜୁହାର।
ସୁନାରେ ସଜ୍ଜିତ ମନ୍ତ୍ରରେ ମାଜ୍ଜିତ
ଭାବଭଙ୍ଗି ନିଏଟାଣି
ଭକ୍ତ ସମାଗମ ଦେଖିପ୍ରଭୁ ଶୋଭା
ହୁଅନ୍ତି ସନ୍ତୋଷ ପୁଣି।
ରାଜ ରାଜଶ୍ବରୀ ସ୍ଥାନ ଯାଏ ଭରି
ଶୁକ୍ଲ ଏକାଦଶୀ ଦିନ
ବାହୁଡ଼ା ଯାତ୍ରାର ପରଦିନ ଶୁଭ
ଭକ୍ତଙ୍କ ଭକ୍ତି ଦର୍ଶନ।
ସୁନାବେଶ ଗୀତ ଜଣାଣ ଭଜନ
ଧୂପ ଦୀପ ମନ୍ତ୍ର ପାଠ
ଗାଇବା ବୋଲିବାକୀର୍ତ୍ତନ ମଣ୍ଡଳୀ
ଭକ୍ତ ପାଇଁ ଅଟେ ଶ୍ରେଷ୍ଠ।
(ମାନଗୋବିନ୍ଦ ସ୍ବାଇଁ )
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା