କଟକ : ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ସୁନା ବେଶ। କଟକ ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଏହା କୁ ଦେଖିବା ପାଇଁ ଭକ୍ତ ଙ୍କର ଗହଳି ଲାଗିଛି। ବିଶେଷ କରି ସହରର ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିର, ଦୋଳମୁଣ୍ଡେଇ ସ୍ଥିତ ପତିତପାବନ ଜି ଜଗନ୍ନାଥ ମନ୍ଦିର, ରାଣୀହାଟ ସ୍ଥିତ ବଳଭଦ୍ର ଜି ଜଗନ୍ନାଥ ମନ୍ଦିର, ମହାନଦୀବିହାର ସ୍ଥିତ ଜଗନ୍ନାଥ ମନ୍ଦିର, ଯୋବ୍ରା ଜଗନ୍ନାଥ ମନ୍ଦିର ଏବଂ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଙ୍କୁ ସୁନା ବେଶ ରେ ସଜ୍ଜିତ କରାଯାଇଛି। ସୁନା ବେଶ ଦେଖିବା ଲାଗି ହଜାର ହଜାର ଭକ୍ତ ଙ୍କର ସମାଗମ ହୋଇଛି। ତିନି ଠାକୁର ଙ୍କୁ ଅଳଙ୍କାରରେ ଭୂଷିତ କରାଯାଇଛି। ଗତକାଲି ରାତି ସୁଦ୍ଧା ବିଭିନ୍ନ ଜଗନ୍ନାଥ ମନ୍ଦିର ବାହୁଡା଼ ଯାତ୍ରାରେ ତିନିଟି ରଥ ପହଞ୍ଚିଥିଲା। ସକାଳୁ ସକାଳୁ ରଥରେ ସମସ୍ତ ନୀତିକ୍ରାନ୍ତି ସମ୍ପର୍ଣ୍ଣ ହୋଇଥିଲା। ଏଥି ସହିତ ଭୋଗ ଲାଗିଥିଲା। ସନ୍ଧ୍ୟା ଆଳତି ପରେପରେ ଠାକୁର ଙ୍କୁ ବିଭିନ୍ନ ପ୍ରକାର ଅଳଙ୍କାର ରେ ସଜ୍ଜିତ କରାଯାଇଛି। କଟକ ର ଜଗନ୍ନାଥ ମନ୍ଦିର ଗୁଡିକ ଅତି ପୁରାତନ ନହେଲେ ମଧ୍ୟ ଗତ କିଛି ବର୍ଷ ହେବ ଜଗନ୍ନାଥ ମନ୍ଦିର ଗୁଡିକ ରେ ରଥଯାତ୍ରା ଅନୁଷ୍ଠିତ ହୋଇ ତିନି ଠାକୁର ଙ୍କୁ ସୁନା ବେଶ ରେ ଭୂଷିତ କରାଯାଉଛି। ଆଜି ମହାପ୍ରଭୁ ସୁନା ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେବେ। ମହାପ୍ରଭୁ ଙ୍କର ରତ୍ନ ଭଣ୍ଡାରରେ ଗଛିତ ଥିବା ସୁନାରୂପା ସୁରକ୍ଷିତ ରହିଛି। ଯାହାର ଐତିହାସିକ ଓ ଆଧ୍ୟାତ୍ମିକ ମୂଲ୍ୟ ଅକଳନୀୟ। ସୁନା ବେଶ ଦେଖିବା ପାଇଁ ବିଭିନ୍ନ ମନ୍ଦିରରେ ଗହଳି ଲାଗିଛି। ଆଷାଢ଼ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ସିଂହ ଦ୍ୱାରରେ ରଖାଯାଇଥିବା ତିନୋଟି ରଥ ଉପରେ ସୁନା ବେଶ ହୋଇଥାଏ। ଏହା ଏକ ପରମ୍ପରା ଓ ଵିଧି ପ୍ରଚଳିତ ହୋଇ ଆସିଛି।