
ବାରିପଦା -ଉଦଳା(କ: ବ୍ଯୁ)
ତା୨୬/୦୭/୨୦୨୬ ଶ୍ରୀ ଵିଦ୍ୟା ମେମୋରିଆଲ ଟ୍ରଷ୍ଟ ତରଫରୁ
ଶ୍ରୀ ଦିବ୍ୟା ଙ୍କ ଜନ୍ମଦିନର ଅବ୍ୟବହିତ ପୂର୍ବରୁ ମଧୁପୁର ଗ୍ରାମରେ ବୃଦ୍ଧ, ବୃଦ୍ଧା ମାନଙ୍କ ମଧ୍ୟରେ ଶାଢ଼ୀ, ଲୁଙ୍ଗି ଓ ଗାମୁଛା ମାନ ବଣ୍ଟନ କରାଯାଇଥିଲା।
ଉକ୍ତ ବିତରଣ କାର୍ଯ ରେ ମୁଖ୍ୟ ଅତିଥୀ ଭାବେ ପତଞ୍ଜଳି ର ଭାରତ ସ୍ୱାଭିମାନ ଟ୍ରଷ୍ଟ ମୟୂର ଭଞ୍ଜ ଜିଲ୍ଲା ପ୍ରଭାରୀ ଶ୍ରୀ ବ୍ରହ୍ମା ନନ୍ଦ ନାୟକ,ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିଲେ ଏବଂ ଶ୍ରୀ ବିଦ୍ୟାଙ୍କ ମାତା ଶ୍ରୀ ମତି ସୁଭଦ୍ରା ରାଉତ, ପିତା ଶ୍ରୀ ଦୁଲମଣି ପୁହାଣ,ମଉସା ଶ୍ରୀ ଉମେଶ ରାଉତ, ମାଉସୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ରାଉତ, ଭାଇ ଅଭିଜିତ୍ ରାଉତ,ଆଉ ସଞ୍ଜୟ ପୁହାଣ ଉପସ୍ଥିତ ରହି ଉକ୍ତ କାର୍ଯ୍ୟ କୁ ସଫଳ ତା ସହ ପରିଚାଳନା କରିଥିଲେ।ଶ୍ରୀ ବିଦ୍ୟା ମେମୋରିଆଲ ଟ୍ରଷ୍ଟ ଏହି ପରି ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ଏବଂ ବୃକ୍ଷ ରୋପଣ,ରକ୍ତ ଦାନ ଶିବିର ମେଡିକାଲ୍ କେମ୍ପ ଆଜକୁ 6 ବର୍ଷା ହେବ କରି ଆସୁଅଛି।ଏବଂ ଆଜିକାର ଏହି କାର୍ଯ୍ୟ କ୍ରମ ଶ୍ରୀ ବିଦ୍ୟା ଙ୍କ ମଉସା ମାଉସୀ ଙ୍କ ସହାୟତାରେ କରା ଯାଇ ଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)