ରାଜଗାଙ୍ଗପୁରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ରାଜଗାଙ୍ଗପୁର (କ. ବ୍ୟୁ.) : ସୋମବାର, 20 ଜୁଲାଇ, 2026 ରେ, ମୁସଲିମ ପଞ୍ଚାୟତ କମିଟି ଏବଂ ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲର ମିଳିତ ତତ୍ତ୍ୱାବଧାନରେ ସକାଳ 9 ଟାରେ ରାଜଗାଙ୍ଗପୁର ପୌରପାଳିକାର ମୁସଲିମପଡାର ୱାର୍ଡ ନମ୍ବର 2, ଡାକ୍ତର ଆଜାଦ କ୍ଲିନିକ୍ ସମ୍ମୁଖ ଅବସ୍ଥିତ ମୁସଲିମ ମ୍ଯାରେଜ ହାଲ ପରିସର ରେ ଏକଦିବସିୟ ମାଗଣା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ବାସିନ୍ଦାଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବା ଏବଂ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା।
: ଏହି ଆୟୋଜନ ରେ ମୁଖ୍ୟ ଅତିଥି ଡାକ୍ତର ମିଲନ କୁମାର ସତପଥୀ, ବରିଷ୍ଠ ଇଣ୍ଟରଭେନସନାଲ୍ ହୃଦରୋଗ ବିଶେଷଜ୍ଞ, ରିବନ କାଟି ଶିବିରର ଉଦଘାଟନ କରିଥିଲେ। ମୋଟ 30 ଜଣ ଅଭିଜ୍ଞ ଡାକ୍ତରଙ୍କ ଏକ ଦଳ ରୋଗୀମାନଙ୍କର ସମ୍ପୂର୍ଣ୍ଣ ଶାରୀରିକ ପରୀକ୍ଷା କରିଥିଲେ ଓ ଏହି ଶିବିରରେ ନିମ୍ନଲିଖିତ ପରୀକ୍ଷାଗୁଡ଼ିକ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା ଯଥା ରକ୍ତଚାପ (BP) ଏବଂ ରକ୍ତ ଶର୍କରା ପରୀକ୍ଷା, ହୃଦରୋଗ ପରାମର୍ଶ, ECG, ମାଗଣା ଚକ୍ଷୁ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା, ଏବଂ ହିମୋଗ୍ଲୋବିନ୍ ପରୀକ୍ଷା ମଧ୍ୟ କରାଯାଇଥିଲା ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ରୋଗୀମାନଙ୍କୁ ମାଗଣା ଚଷମା ଏବଂ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ସକାଳ 9 ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ସୁଦ୍ଧା 300 ରୁ ଅଧିକ ପୁରୁଷ, ମହିଳା ଏବଂ ପିଲା ପଞ୍ଜୀକରଣ କରି ଏହି ମାଗଣା ସେବାର ଲାଭ ଉଠାଇଥିଲେ। ଡକ୍ଟର ଆଦିତ୍ୟ ପୁହାଣ, ଚକ୍ଷୁ ବିଶେଷଜ୍ଞ; ହରନିତ ସିଂହ (ମାର୍କେଟିଂ ବିଭାଗ ମୁଖ୍ୟ) ଡକ୍ଟର ପ୍ରୀତି ଦୀପା ଜେନା, ସ୍ତ୍ରୀ ରୋଗ ବିଶେଷଜ୍ଞ, ଡକ୍ଟର ହର୍ଷିତା ଦାସ, ଶିଶୁ ରୋଗ ବିଶେଷଜ୍ଞ, ଡକ୍ଟର ବିଶାଲ ସାହୁ, ଡକ୍ଟର ବିଶ୍ୱରଞ୍ଜନ ରାଉତ, ଏବଂ ଡକ୍ଟର ଦେବଦତ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିର ରେ ମୁସଲିମ ପଞ୍ଚାୟତ କମିଟିର ସଭାପତି, ଏମଡି ଆରିଫ୍, ଏମଡି ଜାଭେଦ, ଏମଡି ନୌସାଦ, ଏମଡି ଇଫ୍ତେଖାର, ଏମଡି ହନିଫ୍ ଏବଂ ଉପନଗରପାଳ ଏମଡି ଇରଫାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମୁସଲିମ ପଞ୍ଚାୟତ କମିଟିର ସାଧାରଣ ସମ୍ପାଦକ ମସୁଦ ଅମନ ଶିବିରକୁ ସଫଳ କରିବା ପାଇଁ ଡାକ୍ତର, ସ୍ୱେଚ୍ଛାସେବକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଦଳକୁ କୃତଜ୍ଞତା ଜଣାଇଥିଲେ ଓ ଭବିଷ୍ୟତରେ ଏପରି ଜନହିତକର ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ନାଗରିକମାନେ ଏପରି ଆୟୋଜନ ପାଇଁ ମୁସଲିମ ପଞ୍ଚାୟତ କମିଟିକୁ ଭୂରି ଭୂରି ପ୍ରଶଂସା କରୁଥିଲେ ଯାହାକି ସମଗ୍ର ରାଜଗାଙ୍ଗପୁର ଶହର ରେ ଚର୍ଚାର ବିଷୟ ପାଲଟିଛି।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *