ପ୍ରଭୁ ହେ… ଦିଅ ମୋତେ ଦିବ୍ୟଜ୍ଞାନ

ପ୍ରଭୁ ହେ ………….🙏
ଦିଆ ମୋତେ ଦିବ୍ୟଜ୍ଞାନ !
ଯେଉଁ ଜ୍ଞାନ ଲଭି ଦେଖିବି ତୁମକୁ
ମୁହିଁ ମୋ’ ସାରା ଜୀବନ ….. [0]

ହେ ଚକାନୟନ ମୋ’ ହୃଦ ଚନ୍ଦନ
ତୁମେ ପ୍ରଭୁ ମୋ’ ଜୀବନ,
ତୁମ ଦୟା ବିନୁ ଏ ମହା ଜୀବନ
ହୋଇଯିବ ପ୍ରଭୁ ଶୂନ୍ଯ…. [୧]

ଗତ ଜନମରେ ଧର୍ମ ଥିଲା ସତେ
ଏ ଜନମେ ହେଲି ଜନ,
ଏହି ଜନମରେ କି କର୍ମ କରିବି
କହ ହେ ଚକାନୟନ…. [୨]

ମୋ’ କରମ ନୀତି ଉଝାଣିରେ ଗତି
ସୁଅତିରେ ସର୍ବ ଜନ,
ସଭିଁଏ ଲଭନ୍ତି ଆଦର ସମ୍ମାନ
କିମ୍ପା ମୁହିଁ ହୀନିମାନ…. [୩]

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *