
ଚଣ୍ଡିଖୋଲ,୨୪/୭(କ.ବ୍ୟୁ) ପ୍ରଶାନ୍ତ କୁମାର ଜେନା): ସବୁଠାରୁ ଦୀର୍ଘତମ ବଡଦାଣ୍ଡ ଭାବେ ପରିଚିତ
ଛତିଆ-ବଡଘୁମୁରି ବଡଦାଣ୍ଡରେ ଆଜି ଚତୁର୍ଦ୍ଦାମୂର୍ତ୍ତି ବାହୁଡି ଆସିଛନ୍ତି l ଛତିଆ କୁଞ୍ଜିଆ ଛକ ଜଗନ୍ନାଥ ମନ୍ଦିରରୁ ପବିତ୍ର ଗୁଣ୍ଡିଚାରେ ଭାଇଭଉଣୀଙ୍କୁ ନେଇ ମାଉସୀ ମା ଘରକୁ ନଅ ଦିନଧରି ଯାଇଥିଲେ ଏବଂ ସେଠାରେ ଲୀଳାଖେଳା ସାରି ପୁଣି ଆଜି ଫେରିଛନ୍ତି l ବଡଘୁମୁରି ମାଉସୀ ମା ମନ୍ଦିରରେ ସକାଳେ ଚତୁର୍ଦ୍ଦା ମୂର୍ତ୍ତିଙ୍କ ପହଣ୍ଡି କରାଯାଇ ରଥକୁ ଅଣାଯାଇଥିଲା l ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା l ରଥପ୍ରତିଷ୍ଟାତା ଉପେନ୍ଦ୍ର ଓଝା ଛେରାପହରା କରିଥିଲେ l ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ରଥ ରଣା ହୋଇଥିଲା l ବଡଘୁମୁରି ରୁ 16 ନମ୍ବର ଜାତୀୟ ରାଜପଥ ଦେଇ ଦୀର୍ଘ 13 କିଲୋମିଟର ଛତିଆ କୁଞ୍ଜିଆ ଛକ ନିକଟ ଜଗନାଥ ମନ୍ଦିରରେ ସନ୍ଧ୍ୟା ସମୟରେ ରଥ ପହଞ୍ଚିଥିଲା l ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜଣେ ଅତିରିକ୍ତ ଏସପି ଗିରି ସାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଡ଼ଚଣା ଇନ୍ସପେକ୍ଟର ଜଗଦିଶ କର ଓ ବୈରୀ ଇନ୍ସପେକ୍ଟର ରଂଜିତ ମହାନ୍ତିଙ୍କ ସହିତ ଦୁଇ ଥାନାର କିଛି ଅଧିକାରିଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତ ଥିଲେ l ଘଣ୍ଟ ଘଣ୍ଟା ଖୋଳ ତାଳ ହରିବୋଲ ଶବ୍ଦରେ ଆଜି ଜାତୀୟ ରାଜପଥ ଜଗନ୍ନାଥ ମୟ ହୋଇପଡ଼ିଥିଲା l ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ, ବିଡ଼ିଓ ରବିନ୍ଦ୍ର କୁମାର ପ୍ରଧାନ,ରଥ କମିଟିର ସଭାପତି ନିର୍ମଳ ଚନ୍ଦ୍ର ସାମଲ, ଛତିଆ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ଅକ୍ଷୟ କୁମାର ରାଉତରାୟ, ସମିତି ସଭ୍ୟ ଦିପକ ସାହୁ,ନୀଳମଣି ରାଉତ, ସନ୍ତୋଷ ସିଂହଙ୍କ ସହିତ ରଥ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ l ସେବାହିଁ ଧର୍ମ ସଙ୍ଘଠନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ସେହିପରି ଜାତୀୟ ରାଜପଥ ବନ୍ଦାଳ ନିକଟରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା l