ବରିଷ୍ଠ କଳାକାର ବିପ୍ର ସାହୁଙ୍କ ଏକାଦଶାହ ଅବସରରେ ନାମ ସଂକୀର୍ତ୍ତନ

ବ୍ରହ୍ମପୁର, ତା. ୧୦/୦୭ :
ବରିଷ୍ଠ ଲୋକନାଟକ କଳାକାର ବିପ୍ର ଚରଣ ସାହୁଙ୍କ ଏକାଦଶାହ ଅବସରରେ ଶ୍ରୀରଘୁନାଥ ସଂକୀର୍ତ୍ତନ ମଣ୍ଡଳି ତରଫରୁ ଏକ ପ୍ରହର ନାମ ସଂକୀର୍ତ୍ତନ ସହିତ ବିଭିନ୍ନ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଏଥିରେ ସର୍ବଶ୍ରୀ ବିଜୟ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ଅଶୋକ କୁମାର ସ୍ୱାଇଁ, ରାମ ଚନ୍ଦ୍ର ସାହୁ, କାଳୁ ପାଣିଗ୍ରାହୀ, ଅଶୋକ ପାଣି, ଗୋବିନ୍ଦ ବେହେରା, ପଞ୍ଚୁ ସାହୁ, ବି. ବାବା ରାଓ, ପ୍ରମୋଦ ଚୌଧୁରୀ ପ୍ରମୁଖ ନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଦିବଂଗତ ବିପ୍ର ସାହୁଙ୍କ ଚାରି ପୁତ୍ର ସୁବାସ, ସୁଦାମ, ସୁଦର୍ଶନ, ଶିଶିର ଓ ପୁତ୍ରବଧୂ ସୁମତି, ବିଷ୍ଣୁପ୍ରିୟା, ଯାଜ୍ଞସେନୀ, ରଜନୀ ଏବଂ ନାତି ନାତୁଣୀ ପ୍ରିତମ, ଶ୍ରୀତମ, ସୋନାଲି, ଡିପି, ଜ୍ୟୋତି, ବାବୁ, ମଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *