ରତ୍ନଗର୍ଭା ଶିମିଳିପାଳ କୁ ପର୍ଯ୍ୟଟନ ଶିଳ୍ପ ରେ ପରିଣତ ଓ ପ୍ରାକ୍ରୁତିକ ସମ୍ପଦ ସୁରକ୍ଷା ମୟୂରଭଞ୍ଜ ବାସୀଙ୍କୁ ଆତ୍ମନିର୍ଭରଶୀଳ କରିବ

ବାରିପଦା -ଉଦଳା(କ: ବ୍ଯୁ)ତା୦୮/୦୭/୨୦୨୬ :
ରତ୍ନଗର୍ଭା ସିମିଳିପାଳ କୁ ପର୍ଯ୍ୟଟନ ସ୍ଥଳୀ କରି ଏହାର ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଜିଲ୍ଳାରୁ ଦାଦନ ସମସ୍ୟା ର ଦୂରୀକରଣ କରାଯିବା ଲକ୍ଷ୍ୟ ନେଇ ଜିଲ୍ଳା ବାସୀଙ୍କ ମଧ୍ୟରେ ଜନସଚେତନତା ସ୍ରୁଷ୍ଟି କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଇବା ନିମନ୍ତେ “ଦାଦନ ହଟିବ ମୟୂରଭଞ୍ଜ ହସିବ” ସ୍ଳୋଗାନ ନେଇ ଚଳିତ ମାସ ଜୁନ୍ ୧୭ ତାରିଖରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ତମାମ୍(ସମସ୍ତ ବ୍ଲକ୍/ମ୍ୟୁନିସିପାଲ୍ଟି/ଏନଏସି)ପର୍ଯ୍ୟାୟକ୍ରମେ ଜିଲ୍ଲାର ଏକ ମାତ୍ର ଅଗ୍ରଣୀ ତଥା ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ପ୍ରତିଷ୍ଠାତା ଶ୍ରୀଯୁକ୍ତ କଳିଙ୍ଗ କେଶରୀ ଜେନା ଙ୍କ ଆହ୍ବାନ୍ କ୍ରମେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଖିଚିଂ ସ୍ଥିତ ମା କିଚକେଶ୍ବରୀ ଦେବୀ ଙ୍କର ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ସାରିଥିବା ସ୍ଥଳେ ,ଆଜି ଜୁଲାଇ ମାସ ୮ ତାରିଖ ବୁଧବାର ଉଦଳା ଏନ୍ ଏ ସି ପକ୍ଷରୁ ଉଦଳା ମେନ୍ ମାର୍କେଟ ଠାରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି |
ଉପଖଣ୍ଡ ସଭାପତି ରାକେଶ ପଣ୍ଡା ଙ୍କ ନେତୃତ୍ୱ ରେ ଆଜିକାର ଏହି ମଶାଲ ଶୋଭାଯାତ୍ରାରେ ନଗର ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି, ଜିତେନ୍ଦ୍ର ହେମ୍ବ୍ରମ୍ ,ରାଜକିରନ ରାଉତ୍ ,ପ୍ରିୟବ୍ରତ ପଣ୍ଡା ,ବିକାଶ ବେହେରା,ପ୍ରତ୍ୟୁଷ , ଅର୍ଜୁନ ମୁର୍ମୁ , ସଞ୍ଜୟ ହାଁସଦା …….. ସମେତ ସଂଗଠନର ଶତାଧିକ ଯୁବ ଛାତ୍ର ସଂଗଠକ ସାମିଲ ଥିଲେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଯାଇଅଛି |
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *