
ଚଣ୍ଡିଖୋଲ ତା ୮/୭( କ ବ୍ୟୁ ) : ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ନିଜସ୍ଵ ସଭା ଗୃହରେ ସଭାପତି ଶେଷଦେବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଧାରଣ ପରିଷଦ ବୈଠକ ରେ ଉପ ସଭାପତି କ୍ଷୀରୋଦ ମାହାଲା, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ସାହାଣୀ, ଯୁଗ୍ମ ସମ୍ପାଦକ ବଦକୃଷ୍ଣ ଜେନା, ଶରତ କୁମାର ସେଠୀ, ଉପଦେଷ୍ଟା ସନ୍ତୋଷ ବିଶ୍ବାଳ, ସାରଦା ପ୍ରସାଦ ମହାନ୍ତି,କୋଷାଧ୍ୟକ୍ଷ ଉତ୍ତମ ରଣା ପଣ୍ତିତ ବିଜୟ କୁମାର୍ କର, ବିଜୟ କୁମାର୍ ଜେନା, ରଞ୍ଜନ କୁମାର ଜେନା, ସୁବାଷ ଚନ୍ଦ୍ର ବଳ, ଅଜୟ କୁମାର ଜେନା,ବୃନ୍ଦାବନ ରାଉତ, ଦିଲ୍ଲୀପ କୁମାର ଲେଙ୍କା,ବାଞ୍ଛାନିଧି ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ସାହାଣୀ, କେଶବ ଚନ୍ଦ୍ର ଖଣ୍ଡାଇ, ସିତାନାଥ ସାହୁ, ବୈକୁଣ୍ଠ ସାମନ୍ତରାୟ, ମଦନ ମୋହନ ବଳ, କୀର୍ତ୍ତନ ବେହେରା, ଈଶ୍ୱର ଚନ୍ଦ୍ର ସାମଲ, ଗାୟକ ଜଗବନ୍ଧୁ ସାହୁ ସମେତ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।ପ୍ରାରମ୍ଭରେ ସଭାପତି ଶ୍ରୀ ନାୟକ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥଲେ। ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ସାହାଣୀ ପୁର୍ବ ବ୍ୟେଠକ ର ସମ୍ପୂର୍ଣ୍ଣ ବିବରଣୀ ପଠନ କରିଥଲେ, ବରିଷ୍ଠ ନାଗରିକ ମଞ୍ଚ ର ସଭ୍ୟ ବିଶିଷ୍ଟ ଶିକ୍ଷାବିତ୍ ବିନାୟକ ନାୟକ, ଦ୍ୟେତାରୀ ସାହୁ, ପଦ୍ମଲାଭ ସାମଲ ଙ୍କ ମୁତ୍ୟୁ ଯୋଗୁ ତାଙ୍କର ଅମର ଆତ୍ମା ର ସଦଗତୀ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଟ ନାଗାରିକ ମାନଂକ ସୁରକ୍ଷା ପାଇଁ ଏହି ମଞ୍ଚ ବଦ୍ଧ ପରିକର୍। ବରିଷ୍ଟ ନାଗରୀକ ମାନଂକୁ ପ୍ରଶାସନ ଓ ପୋଲିସ ସହାୟତା ଠିକ୍ ଭାବରେ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା ଜାରି ରଖିବା ଏକାନ୍ତ ଜରୁରୀ, ବରିଷ୍ଟ ନାଗରିକା ବୃଦ୍ଧ ଓ ବୃଦ୍ଧା ନିଜ ପରିବାରରେ ଅସାହ୍ୟତା ପାଇଁ ଆଜି ସେମାନେ ଜରାଷ୍ରମ୍ ରେ ଆଶ୍ରୟ ନେଉଛନ୍ତି, ସେ ସମ୍ପର୍କରେ ସରକାରଙ୍କର ଦୃଷ୍ଟି ପଡୁନାହଁ । ଏ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ପକାଇବା ଦରକାର ବୋଲି ସମସ୍ତଙ୍କ ତରଫରୁ ମତ ପ୍ରକାଶ ପାଇଥିଲା ।