କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉତ୍ସବ ପାଳନ

କଟକ : କଟକ ଏକ ସାଧାରଣ ସହର ନୁହେଁ । ଏହା ଓଡ଼ିଶାର ଇତିହାସ ଐତିହ୍ୟ ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ବୋଲି ବହୁ ବିଶିଷ୍ଟ ଅତିଥି ମାନେ ଆଜି ବୁଧବାର ଦିନ କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଅବସରରେ ପ୍ରକାଶ କରିଛନ୍ତି। କଟକ ସହିଦ ଭବନ ଠାରେ ଆଜି କଟକ ମହାନଗର ନିଗମ ତାହାର 150 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛି। ଏହା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବର୍ଷ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଟକ ର ଐତିହ୍ୟ ଓ ପରମ୍ପରା ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରି କହିଲେ କଟକ ହେଉଛି ଭାଇଚାରା ସହର ଇଏ ହେଉଛି ମା କଟକଚଣ୍ଡୀ ଙ୍କ ପୁଣ୍ୟ ଭୂମି ଏହି ସହର ରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଠାରୁ ଆରମ୍ଭ କରି ବହୂ ବରପୁତ୍ର ଙ୍କୁ ଜନ୍ମ ଦେଇଛି ।କଟକ ସହର ର ବିକାଶ ଏବଂ ଏହାର ସନ୍ଦର୍ୟ୍ଯ କରଣ ପାଇଁ ସରକାର ଙ୍କ ପକ୍ଷରୁ ଯୋଜନା କରାଯାଇଛି । ସୁଲଭ ମୂଲ୍ୟରେ ସହରବାସୀ ଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ବିଶେଷ କରି ସହର ର ଜଳବନ୍ଦୀ ସମସ୍ୟା ଏବଂ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସାରକାର ଙ୍କ ପକ୍ଷରୁ ଯୋଜନା କରାଯାଇଛି । ଏହି ସହରକୁ ସ୍ବଚ୍ଛ ସହର ଭାବେ ପରିଣତ କରି ଜାତୀୟ ସ୍ତରରେ ଏକ ନମ୍ବର ସହର ଭାବେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାପାତ୍ର ଆହ୍ୱାନ କରିଥିଲେ । ମେୟର ସୁବାସ ସିଂ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରି କହିଲେ କଟକ ମହାନଗର ନିଗମ 150 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି। ଏହା ଆମ ପାଇଁ ଗର୍ବ ଗୌରବ। ଆସନ୍ତା 14 ତାରିଖ ଦିନ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସର୍ବ ବୃହତ୍ତ ଅତ୍ୟାଧୁନିକ ବିଶ୍ୱନାଥ ପଣ୍ଡିତ ପାଠାଗାର ଶୁଭ ଉଦଘାଟନ କରିବେ। 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମାରକୀ ଲୋଗ ସ୍ଥାପନ କରାଯିବ। ଏହାକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଉନ୍ମୋଚନ କରିବେ। ଶ୍ରୀ ସିଂ କଟକ ସହରର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ସି ଏମ୍ ସି କମିଶନର କିରଣ ଦୀପ କୌର ସ୍ଵାଗତ ଭାଷଣ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସୋଫିଆ ଫିର୍ଦ୍ଦୋସ, ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ
କହିଲେ କଟକ ସହର ବିକାଶ ସୌନ୍ଦର୍ୟ୍ଯ କରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା କୁ ନିବେଦନ କରିଥିଲେ । ଏହି କାଯ୍ୟକ୍ରମ ରେ ସି ଏମ ସି ର କର୍ପୋରେଟର ମାନ ଙ୍କ ସମେତ ପୂର୍ବତନ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷ, ପୂର୍ବତନ ମେୟର, ଡେପୁଟି ମେୟର ଏବଂ ପୂର୍ବତନ କମିଶନର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ପ୍ରମୁଖ ପରିମଳ କର୍ମ ଚାରି ମାନଙ୍କୁ ମୋବାଇଲ୍ ବିତରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *