

ଚଣ୍ଡିଖୋଲ ତା ୭/୭( କ ବ୍ୟୁ ) : ଅବସର ପ୍ରାପ୍ତ ବ୍ଲକ୍ ଶିକ୍ଷାଧିକାରୀ ତଥା ଆଧ୍ୟାତ୍ମିକ ଭାବ ବ୍ୟକ୍ତି ପ୍ରଫୁଲ୍ଲ କୁମାର ବେହେରା (୬୫) ଙ୍କ ସ୍ମୃତି ଚାରଣ ସଭା ଖଟୁଆ ପଡ଼ା ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିର୍ମିତ ମନ୍ଦିର ପରିସରରେ ଟ୍ରଷ୍ଟିର ବରିଷ୍ଟ ସଭ୍ୟ ଚନ୍ଦନ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସ୍ମୃତି ଚାରଣ ସଭାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମୁଖ୍ୟ ସେବକ ପ୍ରକାଶ କୁମାର୍ ସାହୁ, ଚିତ୍ତ ରଞ୍ଜନ ମହାପାତ୍ର, ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର୍ ଶତପଥୀ,ରୋଟାରିଆନ ଶ୍ରୀମତୀ ମାଧୁରୀ ଶତପଥୀ, ଧନେଶ୍ଵର ସ୍ୱାଇଁ, ଶିକ୍ଷାବିତ୍ ବିନାୟକ ପଣ୍ଡା,ଦୁଃଖିଶ୍ୟାମ ସାହୁ, ଅଭୟ କୁମାର୍ ସାମଲ, ଅନନ୍ତ କୁମାର୍ ଦାସ, ପରିବେଶ ବିତ୍ ଶ୍ରୀନିବାସ ଜେନା,ମହାବିନାୟକ ଲଘୁ ଖଣିଜ ସଂଘର ସଭାପତି ଅଜାମ୍ବର୍ ସାହୁ, ମୂଷଳ ହାଁସଦା, ବଳରାମ ନାୟକ, ନିରଞ୍ଜନ ଜେନା, ସମିତି ସଭ୍ୟ ଜଗନ୍ନାଥ ମୁଦୁଲି, ପବିତ୍ର ରାଉତ, ସରପଂଚ ଯଯାତି କେଶରୀ ରାଉତ,ରାଜକିଶୋର ପ୍ରଧାନ, ଉମେଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର କୁମାର ମହାନ୍ତି ସମ୍ପଦ ସାହାଣୀ, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରଫୁଲ୍ଲ କୁମାର ବେହେରା ଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥଲେ, ସ୍ବର୍ଗତ ବେହେରା ଶିକ୍ଷାଦାନ ଆରମ୍ଭ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଛାତ୍ର ଭାବେ ଗଢି ତୋଳି ଛନ୍ତି, ପରବର୍ତ୍ତୀ ସମୟରେ ସେ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ଦାଇତ୍ୱ ବହନ କରି ସୁନାମ ଅର୍ଜନ କରିଥିଲେ। ସେ ମଧ୍ୟ ଏଠାରେ ନିର୍ମାଣ ଧିନ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଜଣେ ଟ୍ରଷ୍ଟି ସଭ୍ୟ ଭାବରେ ଦାଇତ୍ୱ ବହନ କରି ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଆସୁଥିଲେ,ମହାବିନାୟକ ମନ୍ଦିର ପାଦ ଦେଶରେ ହୋଇଥିବା ଶ୍ରୀ ହନୁମାନ ଜୀଉ ମନ୍ଦିର କମିଟିରେ ସଭ୍ୟ ଭାବେ ରହି ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ ସହଯୋଗ କରିଥିଲେ। ସେ ଅବସର ଗ୍ରହଣ ପରେ ସମସ୍ତ୍ ଛାତ୍ର ଛାତ୍ରୀ ମାନଙ୍କସହିତ ଏବଂ ଶିକ୍ଷକ ମାନଙ୍କ ସହିଟ ମଧୁର ସମ୍ପର୍କ ରଖୁ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ଅମର ଆତ୍ମା ର ସଦଗଟି, ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ର କାର୍ଯ୍ୟକର୍ତ୍ତା ମାନେ ପ୍ରାର୍ଥନା କରିଛନ୍ତି।