
କଟକ ତା. 3.07.2026 ରିଖରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ, ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ର ମୋବାଇଲ ସ୍କ୍ୱାର୍ଡ ଜଗତପୁର ଥାନା ଅନ୍ତର୍ଗତ ନିମପୁର ଷ୍ଟାଡିଅମ ପାଖରେ ବ୍ରାଉନସୁଗାର ଚାଲାଣ ସମୟରେ ଚଢ଼ାଉ କରିଥିଲା l
ଉକ୍ତ ଚଢ଼ାଉ ସମୟରେ ଆନନ୍ଦ ପୂଜାରୀ ଜଣେ ନାମକ ଜଣେ ବ୍ୟକ୍ତି ଗୋଟିଏ ନାଲି ରଙ୍ଗର TVS APACHE ମୋଟର ସାଇକେଲ ରେ 62 ଗ୍ରାମ ହେରୋଇନ (ବ୍ରାଉନ ସୁଗାର ) ରଖି ଚାଲାଣ କରୁଥିବା ସମୟରେ ତାକୁ ଅଟକାଇ ଅବକାରୀ ମୋବାଇଲ ଟିମ ତାକୁ ଗିରଫ କରି କୋର୍ଟ ଚାଲାଣ କଲେ
ଏହି ସଂକ୍ରାନ୍ତରେ ଗୋଟିଏ ଏନ ଡ଼ି ପି ଏସ ମାମଲା ରୁଜୁ କରାଯାଇ ଯୁବକ ଜଣଙ୍କୁ ଗିରଫ କରାଯାଇଅଛି l
ମାମଲା ସମ୍ପର୍କୀୟ ସବିଶେଷ ବିବରଣୀ ( Case Details) :-
ଉକ୍ତ ଚଢ଼ାଉରେ ଭକ୍ତବତ୍ସଳ ବର୍ମା , ଆଇ ଆଇ ସି ଅବକାରୀ ମୋବାଇଲ ୟୁନିଟ, ଅକ୍ଷୟ କୁମାର ଜେନା S I, ଜୟ ପ୍ରକାଶ ବେହୁରିଆ ASI, ଅଜୟ କୁମାର ଜେନା , ଦେବବ୍ରତ ଓଝା , ଶଙ୍କର ସିଂ , ପୂର୍ଣଚନ୍ଦ୍ର ସାହୁ & ମୋନାଲିସା କର, ଦମୟନ୍ତୀ ନାଥ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ ( Raiding Team) l
ଜବତ ଗାଡି ଓ ହେରୋଇନ ର ଆନୁମାନିକ ମୂଲ୍ୟ ଟ.-7,20,000 /-