ବିକାଶ ଧାରା ଓଡିଶା ସାରା ଆଡମ୍ବର ପୁର୍ଣ ଭାବେ ପାଳିତ

ଗାଇସିଲେଟ : (କ ବ୍ୟୁ ) (ଫକୀର ଦୀପ ) : ସରକାରଙ୍କ ବିକାଶ ଧାରା ଓଡିଶା ସାରା ଚତୁର୍ଥ ଦିବାସୀୟ ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ଆଡମ୍ବର ପୁର୍ଣ ଭାବେ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଥମ ଜାତି ଓଜନଜାତିଙ୍କର ବିକାଶ ମୂଳକ ଦ୍ଵିତୀୟ ଦିବସ କୃଷିରେ ଜୈବିକ ସାର ପ୍ରୟୋଗରେ ଚାଷୀର ଉନ୍ନତି, ତୃତୀୟ ଦିବସରେ ସମସ୍ତଙ୍କ ଶିକ୍ଷାର ଜରୁରୀ ଓ ଟେକ୍ନିକାଲ ଶିକ୍ଷାରେ ବିକାଶ ଓ ଚତୁର୍ଥ ବା ଉତଯାପନୀ ଦିବସରେ SHG ଗ୍ରୁପ ମହିଳାଙ୍କ ଉନ୍ନତି ଓ ଗରିବ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଓଡିଶା ରାଜ୍ୟରେ ବିକାଶ ଆଣିବା ଏହି ବୈଠକର ମୁଲ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ଗାଇସିଲେଟ ବି ଡି ଓ ଶ୍ରୀ ଲକ୍ଷ୍ମଣ ମାଝୀଙ୍କ ତଦ୍ୱାବଧାନରେ ମୁଖ୍ୟ ଅତିଥି ବିଜେପୁ୍ର ବିଧାୟକ ଶ୍ରୀ ସନତ କୁମାର ଗଡତିଆ ଯୋଗ ଦେଇଥିଲେ l ଏତଦ ବ୍ୟତୀତ ସାଂସଦ ପ୍ରତିନିଧି ସଞ୍ଜୟ ପୁରୋହିତ, ZP ଝରଣା ପାଣିଗ୍ରାହୀ,ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ,ଗାଇସିଲେଟ ଓ ବୁରୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଶରତ କାଲୋ, ସରୋଜ ସାହୁଙ୍କ ସହ ବ୍ଲକ ବରିଷ୍ଠ ଅଧିକାରୀ ଗଣଙ୍କ ମେଳରେ ଆନନ୍ଦ ମାଟାରୀ ଓ ପ୍ରବୀଣ ପାଣିଗ୍ରାହୀ ଥିଲେ l ସମସ୍ତ ଅଧିକାରୀ ସହିତ ଅଗ୍ନିଶମ ବିଭାଗର କାର୍ଯ୍ୟକ୍ରମ ଅନ୍ୟ ତମ, କାରଣ ଦ୍ଵିତୀୟ ଦିବସରେ ଜଣେ ଶିଶୁ ଛାତ୍ରୀଙ୍କୁ ମହୁମାଛି ଆକ୍ରମଣରୁ ବଞ୍ଚାଇଥିଲା l ଆଜି ଗତ ସରକାରଙ୍କ ଠାରୁ ବିକାଶର ସମାଲୋଚନା କରା ଯାଇଥିଲା l କିନ୍ତୁ ଆଜିର ଚାଷର କୌଶଳ ଓ ଛାତ୍ରଙ୍କ ବଜ୍ଞାନ କୌଶଳ ଓ ତାର ଉପକାରିତା ଏବଂ ଅନେକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଲୋକଙ୍କର ସମସ୍ୟା ବିଶେଷ ରହୁଥିବାରୁ କୋଳାହଳ ହେବା ସହିତ ସଭା ପରିଚାଳନାରେ ପାନୀୟ ଜଳ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ତୃଟିପୁର୍ଣ ଥିବାର ଜଣା ପଡିଥିଲା l ଗତ ସରକାର ସମୟରେ ଏହି ଗାଇସିଲଟ ଷ୍ଟ୍ରିଟ ଲାଇଟ ଆଲୋକ ପୁର୍ଣ ଥିଲା କିନ୍ତୁ ଆଜି ଷ୍ଟ୍ରିଟ ଲାଇଟ ମୁଖ୍ୟ ହନୁମାନ ଛକରେ ଜଳୁନାହିଁ l ରାତ୍ରି ସମୟରେ ଗାଁ ମାଝୀ, ମଦିର ଓ ଗାଁ ମଝିରେ ଲାଇଟ ଜଳୁ ନାହିଁ l ଆହୁରି ମୁଖ୍ୟତଃ ଲୋକେ ଦୂରଦୁରାନ୍ତରୁ ଆସି ମଧ୍ୟାହ୍ନ ଭୋଜନରେ ବହୁତ ଭୋକିଲା ହୋଇ ଚାଲି ଯିବାର ପ୍ରତ୍ୟକ୍ଷ ଦୃଷ୍ଟି ଗୋଚର କରାଯାଇଥିଲା l ଲୋକଙ୍କ ମୁହଁରୁ ଏପରି ବିକାଶ ରାଷ୍ଟ୍ର ତିଆରି କରାଯିବ ବୋଲି ବ୍ୟଙ୍ଗ ବାକ୍ୟ ଶୁଣିବାକୁ ମିଳିଥିଲା l କାରଣ ଲୋକଙ୍କ ପାଇଁ ପାନୀୟ ଅଭାବ ବେଳେ ଅଧିକାରୀ ଓ ବିଶିଷ୍ଟ ଲୋକଙ୍କ ପାଖରେ ଅଧବୋତଲ ପାଣି ଫୋପାଡ଼ିବାର ଦେଖିବାକୁ ମିଳିଥିଲା l ପୁଣି l ଦୂରଯାତ୍ରା ଲୋକଙ୍କ ପାଇଁ ଆସିଝା ବ୍ରଏଲର ମାଂସ ତ ଅଧିକାରୀଙ୍କ ପାଇଁ ଛେଳି ମାଂସାର ସୁଖାଦ୍ୟ ବ୍ୟବସ୍ଥା କରାଯାଇଥିଲା l ଏହାକୁ ଅଂଚଳରେ ବହୁ ଆଲୋଚିତ ବିକାଶ ବୋଲି ଲୋକେ କହି ଯାଉଥିଲେ l

Leave a Reply

Your email address will not be published. Required fields are marked *