“ନାଗପାଳ ରାବଣ ପୋଡ଼ି ପଡ଼ିଆରେବିଶ୍ୱ ଯୋଗ ଦିବସ ମହାସମାରୋହରେ ପାଳିତ”

ବାରିପଦା-ଉଦଳା(କ:ବ୍ଯୁ)
ତା.୨୧/୦୬/୨୦୨୬ ଅଦ୍ୟ ସକାଳ ୫ଟା ସମୟରେ ନାଗପାଳ ରାବଣପୋଡ଼ି ପଡ଼ିଆଠାରେ ଯୋଗଗୁରୁ ଶ୍ରୀ ବିବେକାନନ୍ଦ ରାଜଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ଯୋଗ ଶିକ୍ଷା କାର୍ଯ୍ୟକ୍ରମ ପରେ ନିମନ୍ତ୍ରୀତ ଅତିଥିଗଣ ଯୋଗର ମହାତ୍ମ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନ୍ୟୁନ ଏକଶହରୁ ଅଧିକ ସାଧକ ଓ ଯୋଗ ସାଧିକା ତଥା ଅଂଚଳର ଅଧିବାସୀ ଯୋଗଦେଇ ଯୋଗ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅଂଚଳବାସୀଙ୍କ ମଧ୍ୟରେ ଯୋଗ ସଂପର୍କରେ ସଚେତନ ସୃଷ୍ଟି କରି ନିରାମୟ ଜୀବନଯାପନ କରିବା ଏହାର ମୂଳ ଉଦ୍ଦେଶ୍ୟ । ଉକ୍ତ ଦିବସରେ ମୁଖ୍ୟ ଅତିଥି ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସରେନ ସମ୍ମାନୀୟ ଅତିଥି ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ମନୋରଂଜନ ବେହେରା ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଶିକ୍ଷକ ଉପେନ୍ଦ୍ର ପୁହାଣ ବ୍ୟକ୍ତି ବିଶେଷ ଯୋଗ ସାଧନ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମାଉସୀମା ମନ୍ଦିର (ଉଦଳା)ର ସମସ୍ତ ଯୋଗ ସାଧକ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ସଭାରେ ଶ୍ରୀ ଲକ୍ଷ୍ମଣ ବିିନ୍ଧାଣୀ ସଭାପତିତ୍ୱ କରିଥିଲେ । ଶିକ୍ଷକ ନରେନ୍ଦ୍ର ମଲିକ ମଂଚ ପରିଚାଳନା କରିଥିଲେ । ଏତଦ୍‌ବ୍ୟତିତ ଯୋଗସାଧକ ବଙ୍କିମ ପାତ୍ର, ରାଜେନ୍ଦ୍ର ବେହେରା ଓ ବିନୋଦ ବେହେରା ସହଯୋଗ କରିଥିଲେ । ସର୍ବଶେଷରେ ଶ୍ରୀ ମଲିକ ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ ସହ ଯୋଗକାର୍ଯ୍ୟକ୍ରମ ସମାପ୍ତ କରାଗଲା ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *