International Picnic Day
18th of June✍️ଜୁନ ୧୮ ତାରିଖ

ସଚରାଚରରେ ମାନବ ଜୀବନ
ସର୍ବାଗ୍ରେ ଆନନ୍ଦମୟ,
ସାମାଜିକ ପ୍ରାଣୀ ମହାନ ବିଜ୍ଞାନୀ
ଉପଭୋଗ ବରାଭୟ ।
ସାରା ବରଷରେ ସାଂସାରିକ ସାଥେ
କାର୍ଯ୍ୟାଳୟ ବ୍ଯବସାୟ,
ତନ୍ମଧ୍ଯରୁ ଛୁଟି ପ୍ରାପ୍ତରେ ଭ୍ରମଣ
ବଣଭୋଜିର ସମୟ ।
ସାଙ୍ଗ-ସାଥି ଅବା ପରିବାର ସାଥେ
ରାଜ୍ୟ ଦେଶ ଦେଶାନ୍ତର,
ଭ୍ରମଣାନନ୍ଦରେ ଭୌଗୋଳିକ ସ୍ଥିତି
ସଂଦର୍ଶନରେ ବିହାର ।
ଦୂର ଦୂରାନ୍ତର ଖାଦ୍ୟ ଓ ପାନୀୟ
ସଂସ୍କୃତୀୟ ଉପଭୋଗ,
ଉଲ୍ଲାସରେ ଛୁଟି ଅତିବାହିତ ଯେ’
ବଣଭୋଜି ଅନୁରାଗ ।
ଏମନ୍ତ ଦିବସ ଦୀର୍ଘ ଇତିହାସ
ଫରାସୀ ବିପ୍ଳବ ଅନ୍ତ,
ବିପ୍ଳବର ଅନ୍ତେ ସର୍ବ-ସାଧାରଣେ
ରାଜ-ଉଦ୍ଯାନ ଉନ୍ମୁକ୍ତ ।
ବଣଭୋଜି ଅର୍ଥ ବଣେ ଭୋଜିଭାତ
ନିଆରା ତୀର୍ଥ ଭ୍ରମଣ,
ଭିନ୍ନ ଇଲାକାର ଭିନ୍ନ ଖାଦ୍ୟ ସାଥେ
ପ୍ରକୃତି ଶୋଭା ଦର୍ଶନ ।
ଜୁନ୍ ମାସ ଅଠ୍ର ଯେ’ ଅନ୍ତର୍ଜାତୀୟ
ବଣଭୋଜୀୟ ଦିବସ,
ଭ୍ରମଣରେ ମତି ଖାଦ୍ୟପ୍ରିୟ ଅତି
କବି ଶମ୍ଭୁନାଥ ଦାସ ।