ଅଭିଯୋଗ ପାଇବା ପରେ ଚାଲୁଥିବା କଲଭର୍ଟ ଓ ଡ୍ରେନ୍ କାର୍ଯ୍ୟର ଅଚାନକ ଯାଞ୍ଚ କଲେ- ମେୟର ସୁବାସ ସିଂହ


କଟକ : ଆଜି କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ସକାଳ ୧୦ ଘଟିକରେ ୨୨ ନମ୍ବର ୱାର୍ଡ ଅନ୍ତର୍ଗତ ଅର୍ଣ୍ଣପୂର୍ଣ୍ଣା ଥିଏଟର ସମ୍ମୁଖ ଗଳିରେ ଚାଲିଥିବା କଲଭର୍ଟ ଏବଂ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଅଚାନକ ପରିଦର୍ଶନ କରିଥିଲେ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଓ ଆବଶ୍ୟକତା ଅନୁଯାୟୀ କରାଯାଉ ନଥିବା ସମ୍ପର୍କରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ମେୟର ଶ୍ରୀ ସିଂହ ସ୍ୱୟଂ ଘଟଣାସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି, ଗୁଣବତ୍ତା ଏବଂ ବ୍ୟବହୃତ ସାମଗ୍ରୀର ମାନ ଯାଞ୍ଚ କରିଥିଲେ।
ପରିଦର୍ଶନ ସମୟରେ ସେ ସମ୍ପୃକ୍ତ ଠିକା ସଂସ୍ଥା ଓ ଅଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟକୁ ଉଚ୍ଚମାନର ସାମଗ୍ରୀ ବ୍ୟବହାର କରି ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଶୀଘ୍ର ସମାପ୍ତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁବିଧା ଏବଂ ବର୍ଷା ଋତୁରେ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ବୋଲି ମେୟର କହିଥିଲେ।
ଏହି ସମୟରେମାନ୍ୟବର ମେୟର ଙ୍କ ସହ ସି ଏମ ସି ର ଅଧିକାରୀ , ଜୋନ ଆଶିଷ ବରାଳ, ଶେକ ରିଉଲହା, ରାଜା ଏବଂ ସ୍ଥାନୀୟ ଅଞ୍ଚଳବାସୀ ମେୟରଙ୍କ ଏହି ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିବା ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଧ୍ୟାନ ଦେବାପାଇଁ ଅନୁରୋଧ କରିଥିଲେ

Leave a Reply

Your email address will not be published. Required fields are marked *