

କଟକ : କଟକ ମହାନଗର ନିଗମ ଅନ୍ତର୍ଗତ ନୂଆବଜାର ସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଆଶୁତୋଷ ଦେବତା ଯୋଗଦାନ କରି ଉଦ୍ଘାଟନ କରିବା ସହିତ ବୃକ୍ଷରୋପଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡ. ଅର୍ଜୁନ କୁମାର ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ସାମଲ, ରୋଟରୀୟାନ ବିଭୂତିଭୂଷଣ ରାଉତ, ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ସ୍ୱାଇଁ ଙ୍କ ସଭାପତିତ୍ବ ରେ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ଇକୋକ୍ଳବ କୋଡ଼ିନେଟର ଗଙ୍ଗାଧର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡ. ଦେବତା ତାଙ୍କ ଅଭିଭାଷଣରେ ପରିବେଶ ପ୍ରଦୂଷଣ ଓ ତାର ପ୍ରତିକାର ଏବଂ ବୃକ୍ଷରୋପଣ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପରିସର, ମନ୍ଦିର ପରିସରରେ ୨୫ ଟି ବୃକ୍ଷରୋପଣ କରାଯାଇଥିଲା। “ ଏକ ପେଡ୍ ମା କେ ନାମ୍ ” କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ ସହିତ ୨୦ ରୁ ଉର୍ଦ୍ଧ୍ବ ଚାରା ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଦିଲୀପ କୁମାର ରାଉତ, କଳ୍ପନାମୟୀ ପୃଷ୍ଟି, ହିରଣ୍ୟ ମୟୀ ସାମଲ, ପ୍ରିୟଦର୍ଶି ନାୟକ, ସସ୍ମିତା ବେହୁରା, ଅମିତା ମଞ୍ଜରୀ ନାୟକ, ବଦ୍ରିନାରାୟଣ ଦାସ ଓ ତ୍ରିଲୋଚନ ବେହେରା ପରିଚାଳନା କରିଥିଲେ। ଶିକ୍ଷକ ବୀରେନ୍ଦ୍ର କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ,