ଶୃଙ୍ଖଳାଭଙ୍ଗ ଅଭିଯୋଗରେ ୩ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

କଟକ, ( କ ବ୍ୟୁ ) ତା. ୨୯.୦୫।୨୦୨୬ ରିଖ : ରାଜସ୍ୱ କାର୍ଯ୍ୟରେ ଅବହେଳା, ବିଶେଷକରି column-2 ସଂଶୋଧନ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ୩ ଜଣ ରାଜସ୍ୱ ନିରୀକ୍ଷକ (ଆର୍‌.ଆଇ)ଙ୍କୁ ନିଲମ୍ବିତ କରିଛନ୍ତି । କଟକ ସଦର ତହସିଲ ଅନ୍ତର୍ଗତ ଗତିରାଉତପାଟଣା ଆର.ଆଇ ସର୍କଲର ଆର.ଆଇ ଶ୍ରୀ ସୁଚନ୍ଦ୍ର ମହାନ୍ତି ,ବଡମ୍ବା ତହସିଲ ଅନ୍ତର୍ଗତ ଯୋଡାମୁ ଆର.ଆଇ ସର୍କଲର ଆର.ଆଇ ଶ୍ରୀମତୀ ଅନୁରାଧା ସାହୁ ଏବଂ ଟାଙ୍ଗୀ -ଚୌଦ୍ୱାର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ଆର୍‌.ଆଇ. ସର୍କଲର ଦାୟିତ୍ୱରେ ଥିବା ରେଭେନ୍ୟୁ ସୁପରଭାଇଜର ଶ୍ରୀମତୀ ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି ଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ ସର୍ଭିସ ନିୟମାବଳୀ, ୧୯୬୨ ର ନିୟମ-୧୨ ଅନୁସାରେ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ନିଲମ୍ବିତ ଅଧିକାରୀମାନେ ନିର୍ଦ୍ଧାରିତ କରାଯାଇଥିବା ମୁଖ୍ୟାଳୟ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଓଡ଼ିଶା ସର୍ଭିସ କୋଡ,ନିୟମ – ୯୦ ଅନୁଯାୟୀ ନିଲମ୍ବନ ସମୟରେ ତାଙ୍କୁ ନିର୍ଦ୍ଧାରିତ ଦରମା ପ୍ରଦାନ କରାଯିବ। ଏ ସମ୍ବନ୍ଧରେ ବିଭାଗୀୟ ପଦକ୍ଷେପ (ଡି.ପି.) ପ୍ରକ୍ରିୟାକୁ ଆସନ୍ତା ୬ ମାସ ମଧ୍ୟରେ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *