
ନୟାଗଡ଼ ( କ ବ୍ୟୁ )ତା,25,5,2026 : ନୟାଗଡ଼ରେ ବିଜେଡିର ଅଭିନବ ପ୍ରତିବାଦ। ହାତରେ ବିଛଣା ଧରି TPCODL ଅଫିସଙ୍କୁ ଘେରାଉ କରିଛନ୍ତି ବିଜେଡି ନେତା ଏବଂ କର୍ମୀ ମାନେ। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଏକତ୍ରିତ ହୋଇ TPCODL ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ବିଦ୍ୟୁତର ଲୁଚକାଳି ଖେଳ ଜନ ଜୀବନଙ୍କୁ ଅସ୍ତବ୍ୟସ୍ତ କରୁଛି । ଵିଶେଷ କରି ବିଦ୍ୟୁତ୍ କଟା ଏବଂଲୋ ଭୋଲ୍ଟେଜ ମେଡ଼ିକାଲରେ ରୋଗୀଙ୍କ ଯନ୍ତ୍ରଣାକୁ ଦୁଇଗୁଣା ବଢ଼ାଇ ଦେଇଛି। ବୁଲୁନି ଫ୍ୟାନ କାମ କରୁନି AC। ବେଡ଼ରେ ପଡି ଗରମ ଛଟପଟ ହେଉଛନ୍ତି ରୋଗୀ, pediatric word ରୁ ଆରମ୍ଭ କରି surgery ଏବଂ gynec , ମେଡ଼ିସିନ wardରେ ଲୋ ଭୋଲ୍ଟେଜ ପାଇଁ କାମ କରୁନି AC ଏବଂ ଫ୍ୟାନ। ଏହି ସବୁ ward ଗୁଡ଼ିକରେ ଅଧିକାଂଶ ଫ୍ୟାନ ଏବଂ AC ଅଚଳ ହୋଇ ରହିଥିବା ଦେଖିବା ପାଇଁ ମିଳିଛି। ରୋଗୀ ମାନେ ନିଜେ ଘରୁ ଫ୍ୟାନ ଆଣି ବେଡ଼ ପାଖରେ ରହିଥିବା ଦେଖିବା ପାଇଁ ମିଳିଛି।ଏଭଳି ସ୍ଥିତିରେ ରୋଗୀଙ୍କ ପାଇଁ ଗାମୁଛା ବିଞ୍ଚଣା ହିଁ ଏକ ମାତ୍ର ସାହାଭରଷା ପାଲଟିଛି । ସେପଟେ ପିଇବା ପାଣି ପାଇଁ ମେଡ଼ିକାଲରେ ରୋଗୀ ଏବଂ ସଂପର୍କୀୟ ମାନେ ନାହିଁଥିବା ସମସ୍ୟା ଭୋଗୁଛନ୍ତି। power cut ଏବଂ ଲୋ ଭୋଲ୍ଟେଜ ପାଇଁ ବୋରିଂ ପମ୍ପ ରୁ ପାଣି ଉଠିପାରୁନଥିବାରୁ ଅଚକ ହୋଇପଡି ପଡିରହିଛି Aquaguard। ସେପଟେ toiletରେ ପାଣି ନଥିବାରୁ ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ବିଭିନ୍ନ ward ରୋଗୀ ମାନେ ସମସ୍ୟା ଭୋଗୁଛନ୍ତି। ସେପଟେ ଘରେ ଶାନ୍ତିରେ ରହିବା ସମ୍ଭବ ହେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। TPCODL ମନମୁଖୀ ଶାସନ ଏବଂ ବିଜେପି ସରକାର ଅପାରଗତା ପ୍ରତିବାଦରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି,
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ