କଟକ ରେ ଡେଙ୍ଗୁ ମୁକାବିଲା ନିମନ୍ତେ ଅଣ୍ଟା ଭିଡ଼ିଲା ସିଏମସି.

କଟକ  ( କ ବ୍ୟୁ ) : ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ ଓ ସହରରେ ଏହାର ପ୍ରକୋପ କମାଇବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି,
ଡେଙ୍ଗୁ ମୁକାବିଲା ପାଇଁ ନିୟମିତ ଭାବେ ଫଗିଂ, ଆଣ୍ଟି ଲାର୍ଭା ସ୍ପ୍ରେ, ପାଣି ଜମା ହେଉଥିବା ସ୍ଥାନ ଚିହ୍ନଟ ସହ ୱାଟର ମ୍ୟାନେଜମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରତି ଶୁକ୍ରବାରକୁ ‘ଅଫିସିଆଲ ଡ୍ରାଇ ଡେ’ ଏବଂ ରବିବାରକୁ ‘ହାଉସହୋଲ୍ଡ ଡେ’ ଭାବେ ପାଳନ କରି ଘର ଓ କାର୍ଯ୍ୟାଳୟ ପରିସରରେ ଜମା ପାଣି ହଟାଇବା, ଅପଚୟ ବସ୍ତୁ ଓ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ମାଟେରିଆଲ୍‌ର ସଠିକ୍ ପରିଚାଳନା ଓ କଟିଂ-କ୍ଲିନିଂ କାର୍ଯ୍ୟକୁ ଆକ୍ସନ୍ ମୋଡରେ କରିବାକୁ ନିଷ୍ପତ୍ତି ହୋଇଛି। ସହରର ସମସ୍ତ ପିଏଚସି, ସିଏଚସି ଓ ୱେଲନେସ ସେଣ୍ଟରଗୁଡିକୁ ଡେଙ୍ଗୁ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଥିବା ବେଳେ, ଆବଶ୍ୟକ ହେଲେ ପ୍ରାଇଭେଟ ନର୍ସିଂହୋମରେ ମଧ୍ୟ ଡେଙ୍ଗୁ ଟେଷ୍ଟିଂ ସୁବିଧାକୁ ସକ୍ରିୟ କରାଯିବ। ଏହାସହ ବିଭିନ୍ନ ବିଭାଗ ମଧ୍ୟରେ ଇଣ୍ଟର ଡିପାର୍ଟମେଣ୍ଟାଲ କୋ-ଅର୍ଡିନେସନ୍‌କୁ ଆହୁରି ମଜବୁତ କରି ‘ଜିରୋ କ୍ୟାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ ଆଗେଇ ନେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଡେଙ୍ଗୁ ପରିସ୍ଥିତି ଉପରେ ନିୟମିତ ରିଭ୍ୟୁ, ପିନ୍ ପଏଣ୍ଟ ରିପୋର୍ଟ ପ୍ରସ୍ତୁତି ଏବଂ ସହରର ସେନସିଟିଭ୍ ଅଞ୍ଚଳଗୁଡିକୁ ବିଶେଷ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ, ମ୍ୟୁନିସିପାଲିଟି ଓ ସମ୍ପର୍କିତ ସଂସ୍ଥାମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି.

Leave a Reply

Your email address will not be published. Required fields are marked *