ସମ୍ବଲପୁରର କଳାକାରଙ୍କ ଜାତୀୟ ସଫଳତାଗୁରୁ ମାନସ କୁମାର ମୁଳୀଙ୍କ ପ୍ରଶିକ୍ଷଣରେ ଚମକିଲେ ଛାତ୍ରଛାତ୍ରୀ

ସମ୍ବଲପୁର ( କ ବ୍ୟୁ ) : ପୁଣେରେ ଆୟୋଜିତ ଅଖିଳ ଭାରତୀୟ ନୃତ୍ୟ ଓ ସାଙ୍ଗୀତିକ ମହୋତ୍ସବରେ ସମ୍ବଲପୁରର କଳାକାରମାନେ ଗୌରବମୟ ସଫଳତା ହାସଲ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦୦ ଶିଶୁ ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ପ୍ରତିଯୋଗିତାରେ “କେଆରପି ଡାନ୍ସ ଗ୍ରୁପ” ଲୋକନୃତ୍ୟ ବିଭାଗରେ ପ୍ରଥମ ପୁରସ୍କାର ଅର୍ଜନ କରି ସମ୍ବଲପୁର ପାଇଁ ଗର୍ବ ଆଣିଛନ୍ତି। ଏହି ଦଳରେ ଏଲ୍. ଜିସ୍ନା ସାହୁ , ଅର୍ପିତା ମିଶ୍ର, କାଶ୍ଭୀ ଝୁଙ୍ଗାରେ, ଶ୍ରେୟା ପ୍ରିୟଦର୍ଶିନୀ ମିଶ୍ର, ଆଦ୍ୟା ରାଉତ, ପ୍ରତ୍ୟୁଷା ପି. ସ୍ୱାଇଁ ଅଂଶଗ୍ରହଣ କରିଥିଲେ। ତାଙ୍କର ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ଦର୍ଶକ ଓ ବିଚାରକମାନଙ୍କର ଭୁରିଭୁରି ପ୍ରଶଂସା ଅର୍ଜନ କରିଥିଲା।
ସୋଲୋ ଡାନ୍ସ ବିଭାଗରେ ଅର୍ପିତା ମିଶ୍ର ଦ୍ୱିତୀୟ ପୁରସ୍କାର ଓ ପ୍ରତ୍ୟୁଷା ପୁରୋହିତ ତୃତୀୟ ପୁରସ୍କାର ହାସଲ କରି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି।
ଏହି ସମସ୍ତ ସଫଳତାର ପଛରେ ରହିଛନ୍ତି ହୀରାକୁଦର ପ୍ରସିଦ୍ଧ ନୃତ୍ୟ ଗୁରୁ ମାନସ କୁମାର ମୁଳୀ। ତାଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ ସୁଚିନ୍ତିତ ପ୍ରଶିକ୍ଷଣ ଦ୍ୱାରା ଛାତ୍ରଛାତ୍ରୀମାନେ ଆଜି ଜାତୀୟ ସ୍ତରରେ ସଫଳତା ହାସଲ କରୁଛନ୍ତି। ତାଙ୍କର ପ୍ରୟାସକୁ ସମ୍ବଲପୁର ଓ ହୀରାକୁଦ ଅଞ୍ଚଳର କଳାପ୍ରେମୀମାନେ ଭୁରିଭୁରି ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *