
ବାରିପଦା /ଉଦଳା ( କ ବ୍ୟୁ ) ତା-୨୪ା୦୫ା୨୬ : ମାନ୍ୟବର ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂର୍ବତନ ବିଧାୟକ ଶ୍ରୀ ଶ୍ରୀନାଥ ସୋରେନ୍ଙ୍କ ନେତୃତ୍ୱରେ “ନାରୀ ଅଧିକାର” ସଂପର୍କରେ ଏକ ମହାସମାବେଶ ଅନୁଷ୍ଡିତ ହୋଇଥିଲା । ଉକ୍ତ ସମାବେଶରେ ଶହ, ଶହ ସଂଖ୍ୟାରେ ମହିଳାମାନେ ଯୋଗ ଦେଇ କେନ୍ଦ୍ର ଏବଂ ରାଜ୍ୟ ବି:ଜେ:ପି: ସରକାରକୁ ଘୋର ସମାଲୋଚନା କରିଥିଲେ । ଭା:ଜ:ପା ସରକାର ମହିଳା ସଂରକ୍ଷଣ ବିଲ ସଂପର୍କରେ ମହିଳାମାନଙ୍କୁ ମିଛ କଥା କହି ଭ୍ରମିତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଛି ତାହା ବିଜୁ ମହିଳା ଜନତା ଦଳ କରିବା ପାଇଁ କେବେ ଦବ ନାହିଁ । ୨୦୨୩ ମସିହାରେ ସଂସଦର ସର୍ବ ସମ୍ମତି କ୍ରମେ ଯେଉଁ ୩୩% ମହିଳା ସ୍ଥାନ ସଂରକ୍ଷଣ ନିମନ୍ତେ ବିଲ ପାରିତ ହୋଇ ମହାମହିମ ରାଷ୍ଟ୍ରପତି ଦସ୍ତଖତ କରିଥିଲେ ସେ ବିଲ ଭା.ଜ.ପା ୨୦୨୪ ମସିହା ସାଧାରଣ ନିର୍ବାଚନରେ କାହିଁକି ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ନିଟ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇ ହଜାର ହଜାର ଶିକ୍ଷିତ ଯୁବକ ଯୂବତୀମାନଙ୍କର ଜୀବନ ମାଟି କରାଯାଇଛି । ପେଟ୍ରୋଲ, ଡିଜେଲ୍, ଗ୍ୟାସଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦରଦାମ ଆକାଶ ଛୁଆଁ । ସାରା ଓଡିଶାରେ ଅରାଜକତା ଚାଲିଛି । ନାରୀ ନିର୍ଯ୍ୟାତନାଠାରୁ ଆରମ୍ଭ କରି ଧର୍ଷଣ,ପୋଲିସ୍ ସାମନାରେ ମର୍ଡର, ଓଡିଶାର ମହିଳାମାନେ ବାହାରକୁ ଯିବା ପାଇଁ ବର୍ତମାନ ଭୟ କରୁଛନ୍ତି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରକୁ ଗାଦି ଚ୍ୟୁତ ଜରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରି ଥିବା ଆଜିକାର “ମହିଳା ଅଧିକାର” ସମାବେଶରେ ଗଣେଶ୍ୱର ପୂ:ବିଧାୟକ ବଡସାହି, ମହିଳା ନେତ୍ରୀ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଃ, ଦୀପ୍ତିଲତା ମିଶ୍ର, ପ୍ରୀତିଲତା କାନୁନଗ, ଭାରତୀ ସିଂ, ଲିଲି ଭୋଳ, ଯୁବ ନେତା ଜିତେନ୍ଦ୍ର ମହାନ୍ତି, ଦେବାଶିଶ୍ ମହାନ୍ତି, ନୀଳ ମାଧବ ପାତ୍ର, ଜିଲ୍ଲା ସଂପାଦକ ମନୋଜ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମାକୁ ସିଂ, ଲଳିତା ବିଶେଇ, ପ୍ରମିଳା, ସତ୍ୟବାନ ଉପାଧ୍ୟାୟ, ପ୍ରଶାନ୍ତ ବେହେରା, ଜିଲ୍ଲା ସଂପାଦକ ଅଭିମନ୍ୟୁ ମଣ୍ଡଳ, ଘନଶ୍ୟାମ ମହାନ୍ତ, ଅରୁଣ ନାଏକ, ବନମାଳି ବେହେରା, ଯୁବନେତା ପ୍ରଦୀପ ପରିଡା, ସିଜିତ୍ ପୁଥାଳ, ଡିକେନସ୍ ବେହେରା, ବି:ଜେ:ଡି ଉପସଭାପତି ଶଶଧର ସ୍ୱାଇଁ, ଛାତ୍ର ନେତା ସୁନିଲ ନାୟକ, ଆଶିଶ୍ ଦାସ, ଭବାନି ଶଙ୍କର ମହାନ୍ତ, ବିଣାକର ମହାପାତ୍ର ଯୋଗ ଦେଇଥିଲେ । ଆଜିକାର ମହିଳା ଅଧିକାର ସମାବେଶକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରତାପ ଚନ୍ଦ୍ର ବେହେରା, ଶୁଶାନ୍ତ ବେହେରା, ସୁମନ୍ତ ମହାନ୍ତି, ସ୍ୱରୁପ ଦାସ, ଶୈଳେଶ ବିଶ୍ୱାଳ, ଶଶୀକାନ୍ତ ମଲ୍ଳୀକ, ଭକ୍ତହରି ଜେନା, ସୁନୀଲ କୁମାର ପ୍ରଧାନ ପ୍ରଭୃତି ସହଯୋଗ କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ଅମିୟ କୁମାର ବଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତି ଶ୍ରୀନାଥ ସୋରେନ୍ ସଭା ସମାପ୍ତ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)