
କଟକ, ( କ ବ୍ୟୁ )ତା ୨୦.୦୫.୨୦୨୬ ରିଖ : ଜନ ଜାତୀୟ ଗରିମା ଉତ୍ସବ ଅବସରରେ ଦେଶବ୍ୟାପୀ ଚାଲିଥିବା ଜନ ଭାଗୀଦାରୀ – ସବସେ ଦୂର ସବସେ ପେହଲେ ବା ସବୁଠାରୁ ଦୂରରେ ସର୍ବପ୍ରଥମେ ଅଭିଯାନ ଅନ୍ତର୍ଗତ ଆଜି କଟକ ଜିଲ୍ଲାର ଆଠଗଡ ବ୍ଲକ ଅଙ୍ଗନୱାଡି କେନ୍ଦ୍ରରେ ଏକ ଟିକାକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ମୋଟ ୧୬ ଜଣ ଶିଶୁଙ୍କୁ ଟିକାକରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଏଏନଏମ୍ ଉପସ୍ଥିତ ରହି ଟୀକା ପ୍ରଦାନ କରିଥିଲେ । ସେହିପରି ବାରଙ୍ଗ ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଅଂଶଗ୍ରହଣ କରି ଗ୍ରାମ ପରିବେଶ ସଫାସୁତୁରା ରଖିବା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବ୍ଲକର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ସେବା ସହ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏହି ଅଭିଯାନ ଏକ ପ୍ରଭାବଶାଳୀ ପଦକ୍ଷେପ ।