ବାର୍ଷିକ ଉତ୍ସବ ପାଳିତ

ଜଗତସିଂହପୁର ( କ ବ୍ୟୁ ) : ଜଗତସିଂହପୁର ସହରର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସିପି ଗ୍ରାମ ସ୍ଥିତ ରୟାଲ କିଡ୍ସ ଇଂଲିଶ ମିଡିୟମ ସ୍କୁଲ ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଡ଼ଃ ସରୋଜ କୁମାର ଶଢଙ୍ଗୀ ଏବଂ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା , ରୟାଲ କିଡ୍ସ ଇଂଲିଶ ମିଡିୟମ ସ୍କୁଲର ନିର୍ଦ୍ଦେଶକ ରମାକାନ୍ତ ଦାଶ ଏବଂ ଅଧ୍ୟକ୍ଷା ଅନିତା ଦାଶ ଯୋଗଦେଇ ପିଲା ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ବୀଣାପାଣି ଆଚାର୍ଯ୍ୟ, ମନୋରମା ରାଉତ, ସୌମ୍ୟଶ୍ରୀ ପଟ୍ଟନାୟକ, ଦମୟନ୍ତି ଜେନା, ମଧୁସ୍ମିତା ପଣ୍ଡା, ଲକ୍ଷ୍ମୀପ୍ରିୟା ସାହୁ, ଇତିଶ୍ରୀ ମହାନ୍ତି ଏବଂ କେୟାର ଟେକର ଛବିଲତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ଏହି ଅବସରରେ କୁନି କୁନି ପିଲା ମାନଙ୍କ ଦ୍ୱାରା ଏକ ସୁନ୍ଦର ନାଟକ ପରିବେଷଣ କରାଯିବା ସହିତ ସୁନ୍ଦର ସୁନ୍ଦର ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅଭିଭାବକ, ସ୍ଥାନୀୟ ଜନ ସାଧାରଣ ପ୍ରମୁଖ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *