ଦ୍ବାଦଶ ଶ୍ରେଣୀ କୃତି ଛାତ୍ରଛାତ୍ରୀ ଙ୍କର ଭବ୍ୟ ସମ୍ବଦ୍ଧନା ଉତ୍ସବ ।

କଟକ ( କ ବ୍ୟୁ ) : ସେଣ୍ଟ ଜାଭିୟର୍ସ ସି. ବି. ଏସ. ସି, ବାରବାଟୀ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତାଙ୍କର ସଫଳତା ପାଇଁ ବାରବାଟୀ ସ୍ଥିତ “ହର୍ସ ଗେଟ “ ଠାରେ ଏକ ଭବ୍ୟ ଉତ୍ସବ ରେ ସମ୍ବଦ୍ଧନା ପ୍ରଦାନ କରାଯାଇଥ୍‌ଲା । ଏହି ସୁବର୍ଣ୍ଣ ଅବସରରେ ବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ I ଏହି ଉତ୍ସବ ରେ ମୁଖ୍ୟ ଅତିଥ୍ ଭାବରେ ଓଡିଶା ବିଧାନସଭା ର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠି ଯୋଗଦାନ କରିଥିଲେ । ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହ ର ପ୍ରତିଷ୍ଠାତା ନିର୍ଦେଶକ ଡଃ ଜି. ଏସ. ପଟ୍ଟନାୟକ ସମସ୍ତ ଦ୍ବାଦଶ ଶ୍ରେଣୀ ର ସଫଳ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କୃତିପ ପାଇଁ ଶୁଭକାମନା ଜଣାଇ ସେମାନଙ୍କର ଉନ୍ନତ ଭବିଷ୍ୟତ କାମନା କରିଥିଲେ I ଦ୍ବାଦଶ ଶ୍ରେଣୀ ପରୀକ୍ଷା ରେ ଶତକଡା ୧୦୦% ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେବା ସହ ୪୧ଜଣ ଛାତ୍ରଛାତ୍ରୀ ଶତକଡା ୮୫% ରୁ ଉଦ୍ଧ ନମ୍ବର ରଖି ବିଦ୍ୟାଳୟ ର ଗୌରବ ବଜାଇ ରଖିଛନ୍ତି। ବାଣିଜ୍ୟ ରେ ଶ୍ରେୟା ସାନିଧ୍ ପାତ୍ର ଶତକଡା (୯୫.୪%),ବିଜ୍ଞାନ ରେ ସୋନାଲିନ ସାହୁ ଶତକଡା (୯୩.୨%) ନମ୍ବର ରଖିଛନ୍ତି । ଏହି ଅବସର ରେ ଅଭିଭାବକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫ ରୁ ମାନପ‌ତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା I ମୁଖ୍ୟ ଅତିଥ୍ ତାଙ୍କ ଅଭିଭାଷଣ ରେ କହିଥିଲେ ଏହା କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ହେଉଛି ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କ ପରିଶ୍ରମ, ସଙ୍କଳ୍ପ ଓ ସଫଳତାର ଉତ୍ସବପ୍ରିୟ ଛାତ୍ରଛାତ୍ରୀମାନେ, ତୁମ୍ଭମାନଙ୍କର ଏହି ସଫଳତା ସହଜରେ ଆସିନାହିଁ । ଏହାର ପଛରେ ରହିଛି ଅନେକ ଦିନର ଅଧ୍ୟୟନ, ଅନେକ ରାତ୍ରିର ନିଦ୍ରାହୀନ ପରିଶ୍ରମ, ଓ ଅଦମ୍ୟ ଇଚ୍ଛାଶକ୍ତି I ତୁମ୍ଭେମାନେ ପ୍ରମାଣ କରି ଦେଇଛ ଯେ ନିଷ୍ଠା ଓ ଲକ୍ଷ୍ୟପ୍ରତି ଅଟୁଟ ଆସ୍ଥା ଥିଲେ ସଫଳତା ନିଶ୍ଚିତ ମିଳିବାତୁମ୍ଭ ମାନଙ୍କର ଏହି ଉପଲବ୍ଧି ତୁମ ପିତାମାତାଙ୍କ ପାଇଁ ଗର୍ବର କାରଣ, ଶିକ୍ଷକମାନଙ୍କ ପାଇଁ ସନ୍ତୋଷର କାରଣ, ଓ ଆମ ଶିକ୍ଷାସଂସ୍ଥା ପାଇଁ ଗୌରବର ମୂଳସ୍ତମ୍ଭ । ଆଜି ଆମେ କେବଳ ତୁମ୍ଭ ମାନଙ୍କ ଫଳାଫଳକୁ ନୁହେଁ, ବରଂ ତୁମ୍ଭମାନଙ୍କର ଚରିତ୍ର, ଶିଷ୍ଟାଚାର ଓ ସଂଘର୍ଷକୁ ସମ୍ମାନ କରୁଛୁ ।

ପ୍ରକାଶ ଥାଉକି ବିଗତ ବର୍ଷ ମଧ୍ଯ ବିଦ୍ୟାଳୟ ର ଦ୍ବାଦଶ ଶ୍ରେଣୀ ର ପ୍ରଦର୍ଶନ ଜିଲ୍ଲା ସ୍ଥର ରେ ସର୍ବୋଚ୍ଚ ସ୍ଥାନ ରେ ରହିଥ୍‌ଲା l

ଏହି ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ପିଲାମାନଙ୍କ ଉତ୍ତମ ଭବିଷ୍ୟତ କାମନା କରି କହିଥିଲେ, ତୁମ୍ଭେମାନେ ଜୀବନର ଏକ ନୂତନ ପର୍ବରେ ପ୍ରବେଶ କରୁଅଛି ଆଗାମୀ ଦିନରେ ତୁମ୍ଭ ମାନଙ୍କ ପାଖରେ ଅନେକ ସୁଯୋଗ ଓ ଚ୍ୟାଲେଞ୍ଜ ଆସିବ ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଙ୍କୁ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରାଯାଇଥୁଲା ଯେଉଁମାନେ ଏହି ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ପଥରେ ନେଇଯିବାରେ ଅମୂଲ୍ୟ ଅବଦାନ ରଖୁଛନ୍ତି । ବିଦ୍ୟାଳୟ ରେ ଏତାଦୃଶ୍ୟ ସଫଳ ନୂତନ ଛାତ୍ର ଛାତ୍ରୀ ଙ୍କୁ ଏହି ବିଦ୍ୟାଳୟ ରେ ସମ୍ପୃକ୍ତ ହେବା ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ…

Leave a Reply

Your email address will not be published. Required fields are marked *