ରାଜଗାଙ୍ଗପୁର ପୋଲିସ ଦ୍ୱାରା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଆତର୍କିତ ଚଡାଉ ୩୦୨ ଲିଟର ବିଦେଶୀ ମଦ ଏବଂ ୧୦୦ ଲିଟର ଅବୈଧ ଭାବେ ମଜୁତ ହୋଇଥିବା ପେଟ୍ରୋଲ ଜବତ

ରାଜଗାଙ୍ଗପୁର (କ.ବ୍ୟୁ) : ୧୫ ମଇ ୨୦୨୬ ଶୁକ୍ରବାର ଦିନ ରାଜଗାଙ୍ଗପୁର ପୋଲିସ ଦ୍ୱାରା ରାଜଗାଙ୍ଗପୁର ଅଞ୍ଚଳର ଛଅଟି ଭିନ୍ନ ଭିନ୍ନ ସ୍ଥାନରେ ଆତର୍କିତ ଭାବେ ଚଡାଉ କରାଯାଇଥିଲା । ଉକ୍ତ ଚଡାଉ ରାଣୀବନ୍ଧ ସ୍ଥିତ ନ୍ୟୁ ପଞ୍ଜାବ ଗାର୍ଡେନ୍ ହୋଟେଲ୍ ସହିତ, ଏକ୍ସାଇଜ୍ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୩୦୨ ଲିଟରରୁ ଅଧିକ ବିଦେଶୀ ମଦ ଏବଂ ୧୦୦ ଲିଟର ଅବୈଧ ଭାବେ ମଜୁତ ହୋଇଥିବା ପେଟ୍ରୋଲ ମଧ୍ୟ ଜବତ କରାଯାଇଛି। ଏହି ସମ୍ବନ୍ଧରେ ରାଜଗାଙ୍ଗପୁର ଥାନା କେସ୍ ନଂ ୨୮୬ ତାରିଖ ୧୪.୦୫.୨୦୨୬, ଧାରା ୫୨(ଏ)(୧) ଓଡ଼ିଶା ଏକ୍ସାଇଜ୍ ସଂଶୋଧନ ଆଇନ ଏବଂ ପେଟ୍ରୋଲିୟମ ଆଇନର ଧାରା ୨୩ ସହ ରାଜଗାଙ୍ଗପୁର ଥାନା କେସ୍ ନଂ ୨୮୧ ରୁ ୨୮୫ ପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇଛି। ରାଣୀବନ୍ଧ, ରାଜଗାଙ୍ଗପୁରର ଜିତେନ୍ଦ୍ର ସିଂହ (୫୦)ଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ପ୍ରେରଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *