ଓମ୍ ମା ସରସ୍ୱତୀ ଏଜୁକେସନାଲ୍ ଟ୍ରଷ୍ଟ (OMSET) ର ବାର୍ଷିକ ଉତ୍ସବ ସମ୍ପନ୍ନ

ରାଜଗାଙ୍ଗପୁର: (କ.ବ୍ୟୁ) : ରବିବାର, ୧୦ ମଇ, ୨୦୨୬ ସନ୍ଧ୍ୟା ୫ ଘଟିକାରେ ଓମ୍ ମା ସରସ୍ୱତୀ ଏଜୁକେସନାଲ୍ ଟ୍ରଷ୍ଟ (OMSET) ର ବାର୍ଷିକ ଉତ୍ସବ ମହାଆଡମ୍ବର ଏବଂ ଉତ୍ସାହର ସହିତ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରାଜଗାଙ୍ଗପୁର ଅନ୍ତର୍ଗତ କୋର୍ଟ ରୋଡ଼ ସ୍ଥିତ (OMSET) ଏଜୁକେସନାଲ୍ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିଲା, ଇନଷ୍ଟିଚ୍ୟୁଟ୍ ର ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଦୀପ ପ୍ରଜ୍ଜ୍ୱଳନ ପରେ, ଛାତ୍ରଛାତ୍ରୀମାନେ ସରସ୍ବତୀ ବନ୍ଦନା ଏବଂ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୁଣନିଧ ମାଂଝି, ପ୍ରତିଷ୍ଠାତା ସଦସ୍ୟ କୃପା ସିନ୍ଧୁପଣ୍ଡା ଏବଂ OMSET ଏଜୁକେସନାଲ୍ ଇନଷ୍ଟିଚ୍ୟୁଟ୍ ର ନିର୍ଦ୍ଦେଶକ ସତ୍ୟ ନାରାୟଣ ରଥ ଏବଂ ପଦ୍ମନାଭ ସତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷାନୁଷ୍ଠାନର ବାର୍ଷିକ ରିପୋର୍ଟ OMSET ର ଉପାଧ୍ୟକ୍ଷ ପ୍ରତ୍ୟୁଷ ରଥ ଉପସ୍ଥାପନ କରିଥିଲେ, ଯେଉଁଥିରେ ବିଗତ ବର୍ଷର ସଫଳତା ଏବଂ ପ୍ରଗତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା। ସଭାପତି ସନ୍ତୋଷ ସତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଅତିଥି ସେମାନଙ୍କ ଭାଷଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଓମସେଟ୍ ଇନଷ୍ଟିଚ୍ୟୁଟ୍ ସହିତ ଜଡିତ ଗାୟତ୍ରୀ ଡିଗ୍ରୀ କଲେଜର ଛାତ୍ରୀ ତନୁଶ୍ରୀ ନାୟକଙ୍କୁ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷରେ କମ୍ପ୍ୟୁଟର ସାଇନ୍ସରେ ସ୍କୁଲ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିବା ପାଇଁ ସମ୍ମାନିତ କରାଯାଇଥିଲା, ଓ ଏହା ସହିତ ଅନ୍ୟାନ୍ୟ ବିଷୟରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷରେ ଓମସେଟ୍ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ, ନାଟକ ଏବଂ ଲୋକଗୀତ ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ମୁଖ୍ୟ ଅତିଥି ମାନେ ନିଜ ବକ୍ତବେ ରେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଜୀବନରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ ମଧ୍ୟ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ, ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶିକ୍ଷା, କ୍ରୀଡା ଏବଂ ଅନ୍ୟାନ୍ୟ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *