ଚଣ୍ଡିଖୋଲ୧୦/୫(କବ୍ୟୁ)ବଡଚଣା ବ୍ଲକ୍ ଓଷ୍ଟ। ଆନୁକୂଲ୍ୟରେ ବାର୍ଶିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷ ୨୦୨୬ରେ ବଡଚଣା ବ୍ଲକ୍ ରେ ଏ -୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ୬ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଉଦ୍ଦେଶ୍ୟରେ ଯଶସ୍ଵୀ ସମ୍ମାନ କାର୍ଯକ୍ରମ ଆୟୋଜନ କରାଯାଇଥିଲା। ଚଣ୍ଡିଖୋଲ ସ୍ଥିତ ଜନ କଲ୍ୟାଣ ଉଚ୍ଚ ବିଦ୍ୟାଳୟ ଠାରେ ସଂଗଠନର ଉପଦେଷ୍ଟା ଦୟାନିଧୀ ସାମଲ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଡ ଭାଗ୍ୟଧର ସାହୁ, ଡ ସୁଧିର ଚନ୍ଦ୍ର ସାମଲ, ବ୍ରଜକିଶୋର ବିଶ୍ବାଳ, ଦୀପ୍ତି ମୟି ବାରିକ, ରଜନୀକାନ୍ତ ପୃଷ୍ଟି, ଶ୍ରଦ୍ଧାଞ୍ଜଳି ଦାସ, ସୁବାଷ ଚନ୍ଦ୍ର ମହାପାତ୍ର, ଜୟନ୍ତ ପରିଡ଼ା, ନିର୍ମଳ ଚନ୍ଦ୍ର ଦଳାଇ, ବସନ୍ତ କୁମାର ପ୍ରଧାନ ବସୁଦେବ ଜେନା ଉତ୍ତାମ କୁମାର ଜେନା ପ୍ରମୁଖ ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସମ୍ବର୍ଦ୍ଧିତ ଛାତ୍ର ଛାତ୍ରୀ ମାନେ ହେଲେ ଜ୍ୟୋତ୍ସ୍ନା ମୟୀ ସାହୁ (୫୪୯) ସିଦ୍ଧ ମହାପୁରୁଷ ଉଚ୍ଚ ବିଦ୍ୟାଳୟ ଭରତ ପୁର, ରୋସନୀ ଫିର୍ଦ୍ଦୋସ ( ୫୪୨)ଚାରିନଙ୍ଗଳ ହାଇସ୍କୁଲ୍, ତନୁଶ୍ରୀ ବଳ (୫୪୦), କସ୍ତୁରୀକା ରାଉତ (୫୪୦) ଗୋପାଳ ଜୀଉ ବିଦ୍ୟାପୀଠ, ରାହୁଲ କୁମାର ସାହୁ (୫୪୦) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ବାଲିଚନ୍ଦ୍ରପୁର, ତନ୍ମୟୀ ସାହୁ ନେତାଜୀ ହାଇସ୍କୁଲ୍ କାଇମାଟିଆ। ସମାରୋହକୁ ସୁରେଶ୍ ଖିଲାର, ଲକ୍ଷ୍ମୀଧର ରାଉତ, ବନିତା ବିଶ୍ବାଳ, ପବିତ୍ର ସାହୁ, ପ୍ରଫୁଲ୍ଲ ସ୍ବାଇଁ ପରିଚାଳନା କରିଥିଲେ। ବ୍ଳକ୍ ସମ୍ପାଦକ ସତ୍ୟବାଦୀ ପଣ୍ଡା ବିବରଣୀ ପାଠ କରିଥିବା ବେଳେ ସ୍ମୃତି ରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।