

କଟକ ( କ ବ୍ୟୁ ) : ରାଜସ୍ୱ ବିଭାଗକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରାଯିବ। ବିଭିନ୍ନ ଅଦାଲତରେ ବିଚାରଧୀନ ଥିବା ରାଜସ୍ବ ମାମଲା ଗୁଡ଼ିକ ଯଥାଶୀଘ୍ର ସମାଧାନ କରାଯିବ। ରାଜ୍ୟରେ ବିଭିନ୍ନ ଅଦାଲତରେ ଲକ୍ଷାଧିକ ରାଜସ୍ୱ ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରୁ 26 ହଜାର ରୁ ଉର୍ଦ୍ଧ୍ବ ମାମଲା ବିଚାର ଶେଷ ହୋଇ ଲୋକମାନଙ୍କୁ ନାୟ ପ୍ରଦାନ କରାଯାଇଛି। ଅବଶିଷ୍ଟ ମାମଲା ଗୁଡ଼ିକ ତୁରନ୍ତ ଫୈସଲା ପାଇଁ ଜିଲ୍ଲାପାଳ, ଉପ ଜିଲ୍ଲପାଳ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଶତ ପ୍ରତିଶତ ରାଜସ୍ୱ ମାମଲାରେ ନ୍ୟାୟ ପ୍ରଦାନ କରାଯିବ। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଜଟିଳ ମାମଲା ଗୁଡ଼ିକ ଯଥାଶୀଘ୍ର ଫୈସଲା କରାଯାଇ ଲୋକ ମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ। ରାଜ୍ୟ ସରକାର ଏଥିପାଇଁ ସଂକଳ୍ପ ବଦ୍ଧ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜସ୍ୱ ପରିଷଦରେ ଏକ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି। ଏଥିରେ ରାଜସ୍ବ ସଚିବ ଅରବିନ୍ଦ ପାଢୀ, ବୋର୍ଡ ଅଫ ରେଭିନ୍ୟୁ ସଦସ୍ଯ ସତ୍ୟବ୍ରତ ସାହୁ,କଟକ ଜିଲ୍ଲାପାଳ ଓ ଅନ୍ଯ ଅଧିକାରୀ ଯୋଗ ଦେଇଥିଲେ। ଏଥି ସହିତ ଭିସିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ସମୀକ୍ଷା ରେ ଯୋଡି ହୋଇଥିଲେ। ଏହି ଅବସରରେ ରିଭିଜନ କୋର୍ଟ ସଂଖ୍ୟା 43 କୁ ବଢାଯାଇଛି। ବୋର୍ଡ ଅଫ ରେଭିନ୍ୟୁ ଠାରୁ ତହସିଲଦାର ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ରାଜସ୍ବ ମାମଲା ସମାଧାନର କ୍ଷମତା ଦିଆ ଯାଇଛି। ଆଗକୁ ମାମଲା ରେଜିଷ୍ଟ୍ରେସନ କୁ ମଧ୍ଯ ତ୍ବରିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।