“ଉଦଳା ତାଲୁକ ଆଇନ୍ ସହାୟତା କମିଟି ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳିତ”

ବାରିପଦା /ଉଦଳା ( କ ବ୍ୟୁ )ତା୦୨/୦୫/୨୦୨୬ : ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳନ ଅବସରରେ ଉଦଳା ତାଲୁକ ଆଇନ୍ ସହାୟତା କମିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କମିଟିର ଚେୟାରମ୍ୟାନ୍ ତଥା ଅତିରିକ୍ତ ଦୌରାଜଜ୍ ପ୍ରଦୀପ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଏସଡିଜେଏମ୍ ଅନୁରାଗ ଦେହୁରୀ, ଓକିଲ ସଂଘର ସଭାପତି ଲମ୍ବୋଦର ବେହେରା, ଉପଖଣ୍ଡ ଓକିଲ ସଂଘର ସଭାପତି ପଦ୍ମଲୋଚନ ଦାଶ, ଶ୍ରମ ଅଧିକାରିଣୀ କୁମୁଦିନୀ ହେମ୍ବ୍ରମ୍‌, ଉଦଳା ଓକିଲ ସଂଘ ସମ୍ପାଦକ ବସନ୍ତ କୁମାର ପରିଡା ମଞ୍ଚାସୀନ ଥାଇ ବିଶ୍ୱ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ, ଶ୍ରମ ଆଇନ୍‌, ଶ୍ରମିକମାନଙ୍କର ଅଧିକାର ଏବଂ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ମକରନ୍ଦ ପଲେଇ, ନିରାକାର ମହାପାତ୍ର, ହରିପ୍ରିୟା ହାଁସଦା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଲିଗାଲଏଡ ରିଟେନର କମଳାକାନ୍ତ ମହାନ୍ତି ସଂଯୋଜନା କରିଥିବା ବେଳେ ଉପଖଣ୍ଡ ଓକିଲ ସଂଘର ସମ୍ପାଦକ ରଜତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରମିକମାନଙ୍କର ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନ୍ ସେବା ବିଭାଗର ସନତ୍ କୁମାର ସେଠୀ ଏବଂ ବିଚାର ବିଭାଗୀୟ କର୍ମଚାରୀ ସହଯୋଗ କରିବା ସହିତ ବହୁ ମହିଳା ଶ୍ରମିକ ଏବଂ ଶ୍ରମିକମାନେ ଯୋଗ ଦେଇଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *