ନାଚ ଓଡ଼ିଶା ନାଚ ବିଜୟୀ ହେଲେ ସାଇ ସ୍ୱରୂପ।

ଚଣ୍ଡିଖୋଲ ୪/୫ (କ ବ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର କ୍ରୀଡ଼ା ଶିକ୍ଷକ ଶୈଳେ ବୁଶ କୁମାର ମିଶ୍ର ଓ ମୌସୁମୀ ପାଣିଗ୍ରାହୀ ଙ୍କ ପୁଅ ସାଇ ସ୍ୱରୂପ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ନାଚ ଓଡ଼ିଶା ନାଚ ସିଜିନ୍ ୫ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ବିଜୟୀ ହୋଇ ଓଡ଼ିଶା ପାଇଁ ଗୌରବ ଆଣି ଛନ୍ତି। ଖୁବ୍ କମ୍ ବୟସରେ ଜଣେ ପ୍ରତିଭାବାନ ଚେଶ୍ ଖେଳାଳୀ, ଜଣେ ପ୍ରତିଷ୍ଠିତ ଚଳଚ୍ଚିତ୍ର ଓ ଟେଲିଭିଜନ ଅଭିନେତା ଭାବେ ସମଗ୍ର ଓଡ଼ିଶାରେ ପରିଚିତ ହେବା ସହିତ ଜଣେ ମେଧାବୀ ଛାତ୍ର। ନାଚ୍ ଓଡ଼ିଶା ନାଚ କାର୍ଯ୍ୟକ୍ରମରେ ବିଜୟୀ ହେବା ସହିତ ୫୦ହଜାର ଅର୍ଥ ରାଶି ମାନପତ୍ର ଓ ଟ୍ରଫି ସିଦ୍ଧାର୍ଥ ଟିଭିର ନିର୍ଦ୍ଦେଶକ ସିଦ୍ଧାର୍ଥ ଅଗ୍ରୱାଲା ଙ୍କ ଠାରୁ ଗ୍ରହଣ କରିଥିଲେ। ସାଇ ସ୍ୱରୂପ ଙ୍କ ଏହି ସଫଳତା ପାଇଁ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ବୁଦ୍ଧିଜୀବୀ, ଶିକ୍ଷାବିତ୍ ,କଳାକାର ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *