ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ, (କ ବ୍ୟୁ) ୪/୫ : ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୪୫ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୩୭ ଗୋଟି ବ୍ୟକ୍ତିଗତ,୬ ଗୋଟି ଗ୍ରାମ ସମ୍ବନ୍ଧୀୟ ,୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୬ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ଏସ ପି ପ୍ରତୀକ ସିଂ, ପୁରୀ ମହାନଗର ନିଗମ ର କମିଶନର ସ୍ନେହା ଅରୁଗୁଳା,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୧୧ ତାରିଖ ରେ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।ସେହିପରି ବ୍ରହ୍ମଗିରି ବ୍ଲକରେ ୧୮ ତାରିଖରେ, ସତ୍ୟବାଦୀ ବ୍ଲକରେ ୨୫ ତାରିଖରେ ସକାଳ ୭ ଘଟିକା ରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।(ବଳରାମ ତ୍ରିପାଠି ରିପୋର୍ଟ)

Leave a Reply

Your email address will not be published. Required fields are marked *