
ବାରିପଦା /ଉଦଳା( କ ବ୍ୟୁ ) ୨୬/୦୪/୨୦୨୬ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ ଗତକାଲି ବିଳମ୍ୱିତ ରାତ୍ରି ରେ ଖଣ୍ଡିହୁଡି ତାରିଣୀ ମନ୍ଦିର ଟ୍ରଷ୍ଟର ସଭାପତି ତଥା ବଡ ସିଙ୍ଗାରିଆ ପଞ୍ଚାୟତ ର ପୂର୍ବତନ ପିଇଓ ଶ୍ରୀବତ୍ସ କଲିଆ ଙ୍କ ଧର୍ମପତ୍ନୀ ଚାରୁଲତା କଲିଆ (୭୦) ମୃତ୍ୟୁବରଣ କରିଛନ୍ତି | ଜଣେ ଧର୍ମପରାୟଣ ମହିଳା ଭାବେ ପରିଚିତ ଶ୍ରୀମତି କଲିଆ ନିଜର ମିଷ୍ଠଭାଷୀ ଏବଂ ଅମାୟିକ ବ୍ୟବହାର ପାଇଁ ପରିଚିତ ଥିଲେ | ଖବର ପାଇ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କୁଅଁରପାଳ ଗ୍ରାମ ସ୍ଥିତ ବାସଭବନ ରେ ପହଞ୍ଚି ମରଶରୀର ର ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି | ଏ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଜି ସକାଳୁ ପୁତ୍ର ବଧୁ ମାଧବ ଏବଂ ଅନ୍ନପୂର୍ଣ୍ଣା ଙ୍କ ସମେତ ସମସ୍ତ ପରିବାର ଲୋକଙ୍କ ଉପସ୍ଥିତି ରେ ଦେଓ ନଦୀ କୂଳ ରେ ଶ୍ରୀମତି କଲିଆ ଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି |
ଦୀନବନ୍ଧୁ ବାରିକ
ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି