


ଗାଇସିଲେଟ, ( କ ବ୍ୟୁ ) (ଫକୀର ଦୀପ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଦମକଳ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ଲକ୍ଷେଘର ସମାଜ ପକ୍ଷରୁ ବାବା ସାହେବ ବି. ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଆଡମ୍ବର ପୂର୍ବକ ପାଳନ ହୋଇଯାଇଛି l ଏହି ଅବସରରେ ବ୍ଲକ ସ୍ତରୀୟ ଲକ୍ଷେଘର କମିଟି ତଥା ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ସଭାପତିଙ୍କ ଆନୁକୂଲ୍ୟରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଅତିଥି ଭାବରେ ଆମନ୍ତ୍ରଣ କରା ଯାଇଥିଲା l ସମାଜ ସଭାପତି ଶ୍ରୀ ଗୋଲାପ ପାଇକ ଓ ଉପ-ସଭାପତି ସନ୍ତୋଷ କଲେତଙ୍କ ଆହ୍ୱାନ କ୍ରମେ M. L.A. ଶ୍ରୀ ସନତ କୁମାର ଗଡତିଆ, ବ୍ଲକ ଚ୍ୟାରମେନ ଶ୍ରୀ ପ୍ରଣୟ ସାହୁ, ବି. ଡି.ଓ.ଶ୍ରୀ ଲକ୍ଷ୍ମଣ ମାଝୀ ଓ ଜେ.ଇ. ବିକାଶ ଅଢ଼l ଅତିଥି ଭାବରେ ମଞ୍ଚାସିନ ଥିଲେ l ସଭା ପରିଚାଳନା ଶ୍ରୀ ପ୍ରଶାନ୍ତ ଦୀପ ଓ ସଞ୍ଜୟ ଦୀପଙ୍କ ଦାୟିତ୍ୱରେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ l ଟାଣ ଖରା ହେତୁ ଦୁଇଟି ପର୍ଯ୍ୟାୟରେ ଯଥା ସକାଳ ଓ ସନ୍ଧ୍ୟା କାର୍ଯ୍ୟକ୍ରମ ରଖ ଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ଲକ୍ଷେଘର ସମାଜ ପାଇଁ ନିର୍ମାଣ କଲ୍ୟାଣ ମଣ୍ଡପର ଶୁଭ ଉତଘାଟନ ଏମ.ଏଲ.ଏ.ଙ୍କ କରକମଳରେ କରାଯାଇ ଚ୍ୟାରମେନ ଓ ବି. ଡି. ଓ. ସହଯୋଗ କରିଥିଲେ l ବ୍ଲକ ଜେ. ଇ. ଶ୍ରୀ ଅଢ଼l ଯୁଦ୍ଧ କାଳୀନ ଭିତ୍ତିରେ ଗୃହକାର୍ଯ୍ୟ ପରିସମାପ୍ତି କରି ପ୍ରସ୍ତର ନାମ ଖୋଦନ ଓ କଠିନ କାର୍ଯ୍ୟରେ ଲକ୍ଷେଘର ସମାଜକୁ ଅତିଥି ଗଣ ସହଯୋଗ କରିଥିଲେ l ଉତ୍ସବକୁ ଆନନ୍ଦ ମୁଖରିତ କରିବା ପାଇଁ ଦୂର ଦୁରାନ୍ତରୁ ପୁରୁଷ ମହିଳା ଛୋଟ ଛୁଆଙ୍କ ସହିତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଆଗରୁ ସଭାପତି ଦାୟିତ୍ୱ ତୁଲାଇଥିବାରୁ ତାଙ୍କୁ ଉତ୍ତରୀୟ ସହିତ ପୁଷ୍ପାଗୁଚ୍ଛାରେ ସମ୍ମାନିତ କରାଯାଇଥିଲା l ବ୍ଲକ ପରିସର ସୁ-ଶିକ୍ଷାର୍ଥୀଙ୍କୁ ଓ କଳା ସଂସ୍କୃତିଙ୍କୁ ପ୍ରମାଣପତ୍ର ଦିଆ ଯାଇଥିଲା l ଅଞ୍ଚଳ ବାସୀଙ୍କୁ ସହଯୋଗ ରହିଥିବାରୁ ମହାନ ବିଶିଷ୍ଠ ଭୂମିକାରେ ଗ୍ରାମ ଓ ଅଂଚଳବାସୀ ବହୁତ Asks ଜଣାପଡୁଥିଲେ l ମନୋରଞ୍ଜନ କାର୍ଯ୍ୟକ୍ରମରେ ଆମ୍ବେଦକରଙ୍କ ଜୀବନଶୈଳୀ ଉପରେ ସଂଗୀତ ରଖି ସୁପ୍ରଶଂସିତ ହୋଇଥିଲେ l ଓଡିଶା ଦମକଳ ବିଭାଗ ଗାଇସିଲେଟ ତରଫରୁ ଅଗ୍ନିଶମ ସେବା ସପ୍ତାହ ପାଳନରେ I. C. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ପରିଚାଳନାରେ ଷ୍ଟାପ ଦୀପନ ସାହୁ, ରାଜେଶ ସାଗର, ବିଜୁ ଭୁଏ, ଆଶୁତୋଷ ପାତ୍ର, ୟାଦ କୁମାର ସାହୁ, ଶ୍ରୀରାମ ପେରା, ମାର୍କଣ୍ଡ ସେଠୀ ଓ ଧର୍ମେନ୍ଦ୍ର ନାଗ ଗାଇସିଲେଟ ବ୍ଲକ ପରିସର ପ୍ରତ୍ୟେକ ଛକ ପରିକ୍ରମା କରି ଲୋକଙ୍କୁ ସଚେତନତା କରିବାର ପ୍ରୟାସ ଜାରି ରଖିଥିଲେ l ଏହି ଟାଣ ଖରାବେଳେ ବୁଲିବୁଲି ନିଜର କର୍ତ୍ତବ୍ୟ ନିଭାଇଥିଲେ ଏବଂ ଦହି ପାନୀୟ ବ୍ୟବସ୍ଥା କରିଥିଲେ l