
ବାରିପଦା/ଉଦଳା ( କ ବ୍ୟୁ ) 12/4/2026 : ରାଢୋ ହନୁମାନ କମିଟି ର ମହାଆଡମ୍ବରରେ ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ରାଢ଼ ରେ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବ ଆରମ୍ଭ ରେ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ବେଦ ପାଠ ସହ ଏହି ପୁଣ୍ୟ କାର୍ଯ୍ୟ ଆରମ୍ଭ କରା ଯାଇ ଥିଲା।ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ମୟୂରଭଞ୍ଜ ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭାସ୍କର ମଢେଇ ଉପସ୍ଥିତ ହୋଇ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଭଗବତ୍ ଚିନ୍ତା କଲେ ଜୀବନରେ ଶାନ୍ତି ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। କମିଟି ର ସଭାପତି ସ୍ମୃତରଞ୍ଜନ ତ୍ରିପାଠୀ ଓ ସଂମ୍ପାଦକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ କମିଟି ର ସଦସ୍ୟ ବ୍ରିଜେଶ ଦାଶ, ଦିଲ୍ଲିପ ବେହେରା, ସରୋଜ ଦାସ, ରାଜେନ୍ଦ୍ର ଦାସ, ଗୌରୀ ଶଙ୍କର ବେହେରା, ଇତ୍ୟାଦି ସହଯୋଗ କରିଥିଲେ। ଉତ୍ସବ ରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସଭାପତି ସୂଚନା ପ୍ରଦାନ କରିଥିଲେ।
12/4/26 ତାରିଖରେ ଘଟୋତ୍ତଳନ ଓ ଭଜନ ସନ୍ଧ୍ୟା,13/4/26 ତାରିଖ ରେ ବିଶ୍ୱଶାନ୍ତି ଯଜ୍ଞ,14/4/26 ତାରିଖ ହନୁମାନ ଜୟନ୍ତୀ ଓ ଅଷ୍ଟ ପ୍ରହାରୀ ନାମ ଯଜ୍ଞ ର ଅୟୋଜନ କରାଯିବା ର ସୂଚନା ପ୍ରଦାନ କରାଯାଇଛି। ପ୍ରତିଦିନ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)