“ନିର୍ଦ୍ଦୋଷରେ ଖୋଲାସ”

ବାରିପଦା/ଉଦଳା ( କ ବ୍ୟୁ )ତା୧୩/୦୪/୨୦୨୬ : ଖୁଣ୍ଟାଥାନା ମକଦ୍ଦମା ନଂ୨୬୭/୨୦୨୧ ମସିହାରେ ହତ୍ୟା ଅଭିଯୋଗର ଅଭିଯୁକ୍ତ ଆଜି ନର୍ଦ୍ଦୋଶରେ ଖୋଲାସ ହୋଇଛନ୍ତି । ଭୋଳାଗଡ଼ିଆ ଅଞ୍ଚଳର ବୁଧୁନି ହୋ କୁ ଗତ ୧୯-୧୦-୨୦୨୦ ମସିହାରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଦେବାନ ମୁର୍ମୁକୁ ଖୁଣ୍ଟା ପୋଲିସ ତା୨୬-୦୯-୨୦୨୧ ମସିହାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ଘଟଣାକୁ ଉଦଳା ଏ.ଡ଼ି.ଜେ. କୋର୍ଟର ବିଚାରପତି ପ୍ରଦୀପ କୁମାର ବେହେରା ମକଦ୍ଦମାର ଶଣାଣି କରି ଆଜି ଦେବାନକୁ ନିର୍ଦ୍ଦୋଶରେ ଖୋଲାସ କରିଛନ୍ତି । କୁଆମରା ଫାଣ୍ଡିର ତତ୍‌କାଳୀନ ଅଧିକାରୀ ବଳରାମ ମହାରଣାଙ୍କ ଅଭିଯୋଗ କ୍ରମେ ଦଫ ୪୯୮(କ) ଓ ୩୦୨ ଦଫାରେ ପୋଲିସ ଗିରଫ କରିଥିଲା ତେବେ କୋର୍ଟରେ ମକଦ୍ଦମା ଶୁଣାଣି ବେଳେ ଦେବାନଙ୍କ ଆଇନଜୀବୀ ଲକ୍ଷ୍ମାକାନ୍ତ ବେହେରାଙ୍କ ପ୍ରଶ୍ନରେ ପୋଲିସ ସଠିକ ଭାବରେ ଉତ୍ତର ସହିତ ପ୍ରମାଣ ଦେଖାଇ ପାରିନଥିଲେ । ଫଳରେ ଏଡ଼ିଜେ କୋର୍ଟର ମକଦ୍ଦମା ନଂ ଏସ.ଟି. ୮୨/୫୧-୨୦୨୫-୨୨ର ଉଭୟ ଓକିଲଙ୍କ ଯୁକ୍ତ ଶୁଣାଣି ପରେ ମାନ୍ୟବର ବିଚାରପତି ଆଜି ଦେବାନଙ୍କୁ ନିର୍ଦ୍ଦେଶରେ ଖୋଲାସ କରିଛନ୍ତି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *