“ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଅତିତିକ୍ତ ଜିଲ୍ଲା ଦୌରାଜଜ୍”

ବାରିପଦା/ଉଦଳା( କ ବ୍ୟୁ ) ତା୦୯/୦୪/୨୦୨୬ : ଏକ ହତ୍ୟା ମାମଲାର ବିଚାର କରି ଉଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ବେହେରା ଅଭିଯୁକ୍ତ ପୁଅକୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏବଂ ଅତିରିକ୍ତ ୫୦ହଜାର ଆର୍ଥିକ ଜରିମାନା ଆଦାୟ ନଚେତ ଭରଣ ନ କରିଲେ ଏକବର୍ଷ ଅଧିକ ସଶ୍ରମ କାରାଦଣ୍ଡାଦେଶ ୩୦୨ ଦଫା ବଳେ ଶୁଣାଇଛନ୍ତି । ସେହିପରି ୩୦୭ ଦଫା ରେ ଅଭିଯୁକ୍ତ ୧୦ ହଜାର ଟଙ୍କା ଆର୍ଥିକ ଜୋରିମାନା ସହିତ ୫ ବର୍ଷ କାରାଦଣ୍ଡାଦେଶ ଓ ଏଥିରେ ଖିଲାପ କରିଲେ ଅଧିକ ୬ ମାସ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି। ଏସ . ଆଇ କେସ ନଂ ୩୮/୮୭ ଅଫ ୨୦୨୫/୨୨ କପ୍ତିପଦା ପୋଲିସ କେସ ନଂ ୨୩୬/୨୧ ମାମଲାର ବିଚାର କରି ୨୬ଜଣ ସାକ୍ଷ ପ୍ରମାଣ ଓ ୨୨ ଦସ୍ତାବିଜ ଆଧାରରେ ଏହି ରାୟ ଶୁଣାଇଛନ୍ତି । ସୂଚନା ମୁତାବକ କପ୍ତିପଦା ଥାନା ଚକ୍ରଧରପୁର ମାହାଲୀସାହିର ଭୁଣ୍ଡା ମାହାଲୀ (୩୫) ଓ ତାର ସ୍ତ୍ରୀ ପାର୍ବତୀ ମାହାଲୀ ନିଜ ବାପା ନରେନ୍ଦ୍ର ମାହାଲୀ(୫୬) ଓ ଭାଇ ଭରତ ମାହାଲୀକୁ କୁରାଢ଼ୀରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ । ଏବଂ ଚାରିଦିନ ପରେ ବାପା ନରେନ୍ଦ୍ର ର ମୃତ୍ୟୁ ହୋଇଯାଇଥିଲା । ଘଟଣା ମୁତାବକ ୨୦୨୧ ମସିହା ଅଗଷ୍ଟ ମାସ ୧୮ତାରିଖରେ ନରେନ୍ଦ୍ର ମାହାଲୀ, ପୁଅ ଭରତ ମାହାଲୀ ନିକଟସ୍ଥ ହାଟକୁ ଯାଇଥିଲେ । ତେବେ ଲଙ୍କାକୁ ନେଇ ପାର୍ବତୀ ଓ ଝିଅ ଗୌରୀ ମଧ୍ୟରେ ଝଗଡ଼ା ହେବା ସହିତ ଭାଇ ଭାଉଜ ଉଭୟ ଉତକ୍ଷିପ୍ତ ହୋଇ ଉଠିଥିଲେ। ହାଟରୁ ଫେରି ବାପା ନରେନ୍ଦ୍ର ଓ ପୁଅ ଭରତ ସହ ପାଟିତୁଣ୍ଡ ପରେ ପୁଅ ଭୁଣ୍ଡା ଏକ ଟାଙ୍ଗିଆ ଆଣି ଅତର୍କିତ ଆକ୍ରମଣ କରିଥିଲା । ଭାଇ ଭାରତ ଆହତ ହୋଇଥିଲେ ହେଁ ବାପା ନରେନ୍ଦ୍ର କିନ୍ତୁ ଗୁରୁତର ହୋଇପଡିଥିଲେ । ପ୍ରଥମେ ଉଦଳା ଡାକ୍ତରଖାନା ଏବଂ ଗୁରୁତର ନେଇ ବାରିପଦା ସ୍ଥାନାନ୍ତର ହୋଇଥିଲେ ହେଁ ଚାରିଦିନ ପରେ ଅର୍ଥାତ ଅଗଷ୍ଟ୨୨ତାରିଖରେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ କପ୍ତିପଦା ପୋଲିସ ଭାଇ ଭରତର ଅଭିଯୋଗ ଅନୁସାରେ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ପୂର୍ଵକ ଭୁଣ୍ଡା ମାହାଲୀ ଓ ସ୍ତ୍ରୀକୁ ଗିରଫ କରିଥିଲା । ତେବେ ପତ୍ନୀ ପାର୍ବତୀ ଆବଶ୍ୟକ ପ୍ରମାଣ ଅଭାବରୁ ଖଲାସ ହୋଇଥିବା ବେଳେ ସ୍ୱାମୀ ଭୁଣ୍ଡା କିନ୍ତୁ ସଶ୍ରମ କାରାଦଣ୍ଡାଦେଶ ରାୟ ରେ ଅଭିଯୁକ୍ତ ବନିଛନ୍ତି । ଏହି ମାମଲା ରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଲିଲେଶ କୁମାର ଜେନା ଏବଂ ବାରିପଦା ସ୍ଥିତ ଡେପୁଟି ଡ଼ାଇରେକ୍ଟର ବିଦୁଭୂଷଣ ମହାନ୍ତି ମନିଟରିଂ କରୁଥିବା ବେଳେ ଅଭିଯୁକ୍ତ ପକ୍ଷରୁ ଏଲ କେ ବେହେରା ମାମଲ ପରିଚାଳନା କରୁଥିବା ଜଣା ପଡିଛି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *