ଗାଇସିଲେଟ ମହାବିଦ୍ୟାଳୟରେ ଏକ ଦିବାସୀୟ ସଂପାନ ଓ ଆଲୋଚନା ଚକ୍ର

ଗାଇସିଲେଟ :- 02-04-2026 (କ ବ୍ୟୁ ) ଆଜି ବରଗଡଜିଲ୍ଲା ଗାଇସିଲେଟର ପଂଚାୟତ ସମିତି ମହା ବିଦ୍ୟାଳୟ ଠାରେ ଏକ ଦିବସୀୟ ଜାତୀୟ ସଂପlନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ବିଷୟକୁ ତିନିଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା l ପ୍ରଥମେ ଏହାର ଉଦ୍ଘାଟନୀ ଅଧିବେଶନରେ ମହାବିଦ୍ୟାଳୟର ଆୟୋଜକ ଅଧ୍ୟକ୍ଷ ଡ଼. ଶ୍ରୀ ଜୟକେତନ ତ୍ରିପାଠୀଙ୍କ ସ୍ୱାଗତ-ସମ୍ବର୍ଦ୍ଧନାରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଶ୍ରୀ ଖଗେଶ୍ୱର ଦାସ ମୁଖ୍ୟବକ୍ତା ଡ. ସରୋଜ କୁମାର ନାୟକ, ଅଧ୍ୟାପକ ଅରବିନ୍ଦ ପଧାନ, ଡ. ବୀଣାପାଣି ତାଣ୍ଡିଙ୍କ ମିଳିତ ପ୍ରଦୀପ ପ୍ରଜ୍ବଳନ, ପୂଜାର୍ଚନା ଓ ପ୍ରାରମ୍ଭିକ ସଂଗୀତ ଗାନକରି ଛାତ୍ରଛାତ୍ରୀଙ୍କୁ ଶୈକ୍ଷକିକ ଆଧୁନିକ ଓଡ଼ିଆ କବିତାରେ ସମୟର ସ୍ପନ୍ଦନ ଆଲୋଚ୍ୟ ବିଷୟ ରଖି ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ସାହୁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣରେ ସଭା ମଣ୍ଡିତ ଥିଲା l ଦ୍ଵିତୀୟ ସୋପାନର ସଭାମୁଖ୍ୟ ଡ. ଜୟକେତନ ତ୍ରିପାଠୀ ସହ ମୁଖ୍ୟ ଆଲୋଚକ ଡ. ବବ୍ରୁବାହାନ ମହାପାତ୍ର, ଡ. ଦୁର୍ଗାଶିଷ ମହାପାତ୍ର, ଅଧ୍ୟାପକ ଅରବିନ୍ଦ ପଧାନ ପୂର୍ବୋକ୍ତ ବିଷୟରେ ଆଲୋଚନା ରଖିଥିଲେ l ତୃତୀୟ ବୈଷୟିକ ଅଧିବେଶନରେ ସଭାମୁଖ୍ୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗମୁଖ୍ୟ ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଆଲୋଚକ ଆସିଷ୍ଟାଣ୍ଡ ପ୍ରଫେସର ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟ ଡ. ପ୍ରମୋଦ କୁମାର ପlଢି, ଡ. ରାଧାକାନ୍ତ ସୁନା,ଡ. ସନତ କୁମାର ବାଗ ସୁଶ୍ରୀ ବୈବ ନାଏକ, ସୁଶ୍ରୀ ସୁଶ୍ରୀ ସିମରାନ ରାଉତ ବିଷୟବସ୍ତୁରେ ଶିକ୍ଷା ଆଲୋକପାତ କରିଥିଲେ l ମହାବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ସମୟର ସ୍ପନ୍ଦନ ବିଷୟରେ ବକ୍ତବ୍ୟ ରଖିଥିଲେ l ଏଥି ସହିତ ପଶ୍ଚିମ ଓଡ଼ିଶାର ଲୋକକଳା ନୃତ୍ୟ ବିଶ୍ୱ ପ୍ରସିଦ୍ଧ ଜିତେନ୍ଦ୍ର ହରପାଳଙ୍କ ମହୁଲ ଝାରେ ଓ ରଙ୍ଗବତୀଗୀତ ତାଳରେ ଛାତ୍ରୀମାନେନୃତ୍ୟ କଳା ପରିବେଷଣ କରିଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *