
ବାରିପଦା(କ ବ୍ୟୁ ) ତା୨୦/୦୩/୨୦୨୬
ମୟୂରଭଞ୍ଜ ଜିଲ୍ଲାରେ ଆଜି ଜିଲ୍ଲାସ୍ତରୀୟ “ପଖାଳ ଦିବସ” ବେଶ୍ ଉତ୍ସାହ ଓ ଜାକଜମକରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସାମୂହିକ ପଖାଳ ଭୋଜନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଖାଳ ଭାତ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟର ମହତ୍ତ୍ୱ ଓ ପୌଷ୍ଟିକ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ଆଜିର ସଭାରେ ମଞ୍ଚାସୀନ ଥିଲେ । ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ପଖାଳ ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେବା ସହିତ ଗରମ ଋତୁରେ ଶରୀରକୁ ଶୀତଳ ରଖିବାରେ ବିଶେଷ ଉପକାରୀ। ଏହା ଶରୀରକୁ ପାନୀୟ ଓ ପୌଷ୍ଟିକ ଉପାଦାନ ଯୋଗାଇଥାଏ ଏବଂ ଗ୍ରାମୀଣ ଜୀବନଶୈଳୀର ଏକ ଅଂଶ ରୂପେ ପରିଚିତ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ପଖାଳ ଓ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଉପସ୍ଥିତ ଅତିଥି ତଥା ଅନ୍ୟାନ୍ୟ ଅଧିକାରୀମାନେ ଭୋଜନ କରିଥିଲେ ଏହି ପଖାଳର ସ୍ୱାଦ ଗ୍ରହଣ କରି ସ୍ୱଦେଶୀ ଖାଦ୍ୟ ପ୍ରଚାର ପ୍ରସାର ପାଇଁ ଆହ୍ୱାନ କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପାରମ୍ପରିକ ପର୍ବପର୍ବାଣୀ ପାଳନ ମାଧ୍ୟମରେ ଓଡ଼ିଆ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର କରିବାକୁ ପ୍ରୟାସ ଜାରି ରହିଛି ବୋଲି ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)