ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ।

ଚଣ୍ଡିଖୋଲ,୨୧/୨(କ ବ୍ୟୁ) ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ +୩ ପ୍ରଥମ ବର୍ଷ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର। ଗତ ୫ ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି,। ସଂଯୋଜିକା ଅଧ୍ୟାପିକା ଡ. ସରିତା ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ ବାଳିକାମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପ୍ରଶିକ୍ଷଣ ଖୁବ୍ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ବାଳିକାମାନଙ୍କ ମନୋବଳ ବଢ଼ାଇବାପାଇଁ ଅନେକ ଉଦାହରଣ ମାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ନାରାୟଣ ଚନ୍ଦ୍ର ମୁଦୁଲି ଯୋଗଦେଇ ସାଂପ୍ରତିକ ସମାଜରେ ନାରୀମାନେ କିପରି ଶୋଷଣମୁକ୍ତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ କିଶୋର କୁମାର ସାହୁ ଯୋଗଦେଇ ବାଳିକାମାନଙ୍କୁ ଆତ୍ମରକ୍ଷା ପାଇଁ ମନୋବଳ ଦୃଢ଼ କରିବା ଜରୁରୀ ବୋଲି କହିବା ସହ, ନିଜର ସୁରକ୍ଷା ପାଇଁ ଝିଅମାନେ ପାଖରେ ବିଭିନ୍ନ ଜିନିଷ ରଖିବାପାଇଁ ଉପଦେଶ ଦେଇଥିଲେ। ବିଭାଗୀୟ କିରାଣି ସୁମନ୍ତ କୁମାର ଦାଶ ଯୋଗଦେଇ ଏହି ଯୋଜନା ବାଳିକାମାନଙ୍କ ମାନସିକତାକୁ ଶକ୍ତିଶାଳୀ କରିବବୋଲି ମତ ରଖିଥିଲେ। ଅଧ୍ୟାପିକା ଦିପ୍ସା ପ୍ରିୟଦର୍ଶିନୀ ନାୟକ ସହଯୋଗ କରିଥିବା ବେଳେ, ପ୍ରଶିକ୍ଷିକା ସ୍ମୃତିରେଖା ବିଶ୍ଵାଳ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ। ମୁଖ୍ୟଅତିଥି ଶ୍ରୀଯୁକ୍ତ ମାହାଲା ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଓ ଅଧ୍ୟାପିକା ଶୁଭଶ୍ରୀ ସାହୁ ଧନ୍ୟବାଦ୍ ଦେ ଇଥିଲେ।

Leave a Reply

Your email address will not be published. Required fields are marked *