ପାଲଲହଡା ତା 31/1/2026
ଆଜି ଏକ ପ୍ରମୁଖ ଦୈନିକ ସମ୍ବାଦ ପତ୍ର ରେ ହାତୀ ଆକ୍ରମଣ ରେ ପ୍ରାଣ ହରେଇଥିବା ମୃତ ଆଦିବାସୀ ଯୁବକ ର ଅନୁକମ୍ପା ରାଶି କୁ ବିଜେଡି ନେତା ବ୍ୟାଙ୍କ କର୍ମଚାରୀ ଓ ବନ କର୍ମଚାରୀ ମିଶି ପାଖାପାଖି 8 ଲକ୍ଷ 85 ହଜାର ଟଙ୍କା ହଡପ କରିନେଲେ ବୋଲି ପ୍ରକାଶ ପାଇଥିଲା ପାଲଲହଡା ବ୍ଲକ ଝାରବେଡା ପଂଚାୟତ ର ସୁସବନଳୀ ଗାଁ ର ବିଧବା ଆଦିବାସୀ ମହିଳା ଶୁକୃମୁନି ମୁଣ୍ଡା ର ପୁଅ ଶୁକୃ ମୁଣ୍ଡା ଗତବର୍ଷ ଜୁଲାଇ ମାସରେ ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିଲା ତାକୁ ପ୍ରଥମ ପର୍ଯ୍ୟାୟ ରେ 1/8/2025 ରେ ଏକ ଲକ୍ଷ ଏବଂ 6/10/2025 ରେ 9 ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିଥିଲା ସମୁଦାଇ 10 ଲକ୍ଷ ଟଙ୍କା ମିଳିଥିଲା 31/10/2025 ରେ ଶୁକୃମୁନି ର ନାତୁଣୀ ନାମରେ 5 ଲକ୍ଷ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରେ ସ୍ଥାଇ ଜମା ଏବଂ ତାର ଦ୍ୱିତୀୟ ନାତୁଣୀ ନାମରେ ପଞ୍ଜାବ ନାସନାଲ ବ୍ୟାଙ୍କ ଶାଖା ରେ 4 ଲକ୍ଷ ଟଙ୍କା ରନିଙ୍ଗ ଆକାଉଣ୍ଟ ରହିଅଛି ଶୁକୃମୁନି ଦୁଇଟି ପର୍ଯ୍ୟାୟ ରେ ସୁଧାକ୍ରିୟା ଓ ଘର ମରାମତି ପାଇଁ 50 ହଜାର ଓ 49 ହଜାର ଉଠେଇଥିଲେ ଏବେ ବି ଦୁଇ ନାତୁଣୀ ନାମ ରେ 5 ଲକ୍ଷ ଓ 4 ଲକ୍ଷ ଟଙ୍କା ଜମା ରହିଅଛି କେହି ତାଙ୍କ ଟଙ୍କା କୁ ହଡପ କରିନାହାନ୍ତି ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଶୁକୃମୁନି ଘରକୁ ଯାଇ ନିଜକୁ ଜଙ୍ଗଲ ବିଭାଗ ର କର୍ମଚାରୀ କହି ସମସ୍ତ ପାସବୁକ ମାଗିଥିଲେ ଶୁକୃମୁନି ର ପୁତୁରା ବିପିନି ମୁଣ୍ଡା ସନ୍ଦେହ ହେବାରୁ ସେ ଦୁଇ ଜଣଙ୍କୁ କୌଣସି ପସବୁକ ଦେଇ ନଥିଲା ଆଜି ଏ ମିଥ୍ୟା ଖବର ପ୍ରକାଶ ପାଇବା ପରେ ପାଲଲହଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପଂଚାୟତ ଭବନ ଠାରେ ପାଲଲହଡା ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ରୀନାରାଣୀ ନାଏକ ଏକ ସାମ୍ବାଦିକ ସମ୍ମିଳନୀ ରେ ସମସ୍ତ ଦସ୍ତାବିଜ ପାସବୁକ କାଗଜ ପତ୍ର ଦେଖାଇଥିଲେ ମିଥ୍ୟା ଖବର ପ୍ରକାଶ କୁ ଘୋର ନିନ୍ଦା କରିଥିଲେ ଏହି ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ବ୍ଲକ ଅଦକ୍ଷ ନବକିଶୋର ନାଏକ ଝାରବେଡା ସରପଞ୍ଚ ଶ୍ରୀମତୀ ଶିବାନୀ ନାୟକ ବିଧବା ଆଦିବାସୀ ମହିଳା ଶୁକୃମୁନି ମୁଣ୍ଡା ପାଲଲହଡା ବ୍ଲକ ବିଜେଡି ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ଭୁକ୍ତା ଝାରବେଡା ପଂଚାୟତ ବିଜେଡି ସଭାପତି ପାଇକରା ବେହେରା ଉପସ୍ଥିତ ଥିଲେ ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୁକ୍ତା ଅଭିଯୋଗ କରିଥିଲେ ବିଜେଡି କୁ ବଦନାମ କରିବା ପାଇଁ ମିଥ୍ୟା ଖବର ଛାପି ଥିବା ଖବର କୁ ନିନ୍ଦା କରୁଛୁ ସମ୍ପୃକ୍ତ ଖବର କାଗଜ ପ୍ରତିନିଧି ଯଦି କ୍ଷମା ପ୍ରାର୍ଥନା ନ ମାଗନ୍ତି ଆଗକୁ ବୁଜୁ ଜନତା ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ