ପାଳଲହଡା :- ସୋଲାର ଲାଇଟ ଚୋରି ଅଭିଯୋଗ ରେ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀଙ୍କ ମାଡ଼ରେ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ରେ ପାଳଲହଡା ବନ ଅଧିକାରୀ ଙ୍କ କାର୍ଯାଳୟ ସମ୍ମୁଖରେ ମୃତ ଦେହ ରଖି ଧାରଣାରେ ବସିଲେ ମୃତକଙ୍କ ପରିବାର ଲୋକେ, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କଲେ ପରିବାର ଲୋକେ,
ସୂଚନା ଅନୁଯାଇ ପାଳଲହଡା ସଇଡା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଧର ଗ୍ରାମରେ ହାତୀ ଗତିବିଧି ନିରୀକ୍ଷଣ ପାଇଁ ବନବିଭାଗ ପକ୍ଷରୁ ସୋଲାର ଲାଇଟ ଲଗାଯାଇଛି,, ଡ଼ାଲ ଗ୍ରାମରେ ସମ୍ପର୍କୀୟ ମାମୁ ଘରେ ରହୁଥିବା ବିପିନ ଦାସ ନାମକ ଯୁବକ ଏହାକୁ ଚୋରି କରୁଥିଲା, ସେହି ସମୟରେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ, ପ୍ରବଳ ମାଡ ମରିବା ପରେ ପାଳଲହଡା ବନବିଭାଗ କୁ ଜିମା ଦେଇଥିଲେ,, ସେଠାରେ ତାଙ୍କୁ ଚିକିତ୍ସା ପରିବର୍ତ୍ତେ ଆହୁରି ମାଡ ମାରି ଗୁରୁତର ଆହତ କରିଥିଲେ,, ଏବଂ ପରେ ଯୁବକଙ୍କୁ ପରିବାର ଲୋକଙ୍କୁ ଜିମା ଦେଇଥିଲେ,, ଯୁବକଙ୍କୁ ଗୁରୁତର ଅବସ୍ଥାରେ ଦେଖି ଡାକ୍ତରଖାନା ନେବାକୁ ବନ ବିଭାଗ କୁ ନିବେଦନ କରିଥିଲେ ଯୁବକଙ୍କ ମା,, ବନ ବିଭାଗ ନ ଶୁଣିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଡାକ୍ତରଖାନରେ ଭର୍ତ୍ତି କରିଥିଲେ, ଅବସ୍ଥା ସଂକଟପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିପିନ ଦାସର ମୃତ୍ୟୁ ଘଟିଥିଲା,, ଆଜି ସକାଳୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ,
ଅନ୍ୟପଟେ ପାଳଲହଡା ପୋଲିସ ଘଟଣାର ତଦନ୍ତ କରୁଛନ୍ତି ଏବଂ ତଦନ୍ତରେ ଆମେ ସହଯୋଗ କରୁଛୁ, ଯାହା ସତ ସାମ୍ନାକୁ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି