
ପାଳଲହଡା, ୨/୨ : ପାଳଲହଡା ବ୍ଲକ ଚଷାଗୁରୁଜାଙ୍ଗ ଗାଁ ମୁଣ୍ଡ ପଡିଆ ନିକଟରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଗାଁ ମୁଣ୍ଡ କାମନା ଘର ନିକଟସ୍ଥ ପଡିଆ ରେ କେଉଁ ପରିସ୍ଥିତି ରେ ନବ ଜାତ ଶିଶୁପୁତ୍ର କୁ କିଏ ଛାଡ଼ିକି ଗଲା ତାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇ ଥିବା ବେଳେ ଜନ୍ମ କରିବା ପରେ ପଡ଼ିଆରେ କେହି ସଦ୍ୟ ଜନ୍ମିତ ଶିଶୁ ପୁତ୍ରକୁ ଫିଙ୍ଗି ଦେଇଥିବା ସନ୍ଦେହ ପ୍ରକାଶ ପାଇଛି ।ତେବେ ଶିଶୁଟି ସଦ୍ୟ ଜନ୍ମ ହୋଇଥିବା କୁହାଯାଉଛି । ଆଜି ସନ୍ଧ୍ୟା ସମୟରେ ଗାଁ ମୁଣ୍ଡ କାମନା ଘର ନିକଟସ୍ଥ ପଡ଼ିଆରେ ସଦ୍ୟ ଜନ୍ମିତ ଛୁଆ ଟିଏ ପଡ଼ିଥିବା ଖବର ଜଣାପଡିବା ପରେ ଶିଶୁ କୁ ଦେଖିବା ପାଇଁ ଲୋକାରଣ୍ୟ ହୋଇ ଯାଇଥିଲା। ଖବର ପାଇ ପାଳଲହଡ଼ା ପୋଲିସ୍ , ଆଇସିଡ଼ିଏସ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚିବା ପରେ ଚଷାଗୁରୁଜାଙ୍ଗ ଗାଁର ଆଶା କର୍ମୀ
କମଳିନୀ ସାହୁ ନବଜାତ ଶିଶୁ ପୁତ୍ର ଧରି ପାଳ ଲହଡ଼ା ମେଡିକାଲ କୁ ଆଣିଥିଲେ। ମେଡିକାଲ ରେ ଶିଶୁଟିର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ବେଳେ ଶିଶୁ ସୁସ୍ଥ ଥିବା ଜଣାପଡିଛି। ଆସନ୍ତା କାଲି ଜିଲ୍ଲା ଚାଇଲ୍ଡ ଲାଇନ୍ ବିଭାଗ କୁ ଶିଶୁପୁତ୍ର କୁ ହସ୍ତାନ୍ତର କ