ଜାତୀୟ ମତଦାତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୧୯/୧ (ବଳରାମ ତ୍ରିପାଠି): ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସ୍ତରୀୟ ଷୋଡଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରତି ବର୍ଷ ଜାନୁଆରୀ ୨୫ ତାରିଖ କୁ ଜାତୀୟ ମତଦାତା ଦିବସ ପାଳିତ ହୋଇଥାଏ ବୋଲି କହିଥିଲେ।ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶିକା ଆଧାର ରେ ଏହି ଦିବସକୁ ସୁଚାରୁ ରୁପେ ଓ ଶୃଙ୍ଖଳିତ ଭାବେ ଚଳିତ ବର୍ଷ ପାଳନ ପାଇଁ ସେ ପରାମର୍ଶ ଦେଇଥିଲେ।ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ଚଳିତ ମାସ ୨୨ ତାରିଖ ରେ ଜାତୀୟ ମତଦାତା ଶପଥ ପାଠ ସମସ୍ତ କାର୍ଯ୍ୟାଳୟ ମାନଙ୍କ ରେ ଅନୁଷ୍ଠିତ ହେବ।ଏହି ଦିବସ ଅବସରରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ୨୧ ତାରିଖରେ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇ ଜାତୀୟ ମତଦାତା ଦିବସ ଅର୍ଥାତ ଜାନୁଆରୀ ୨୫ ତାରିଖ ରେ ପୁରସ୍କୃତ କରାଯିବ।ସେହିପରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ବିଏଲଓ, ସୁପରଭାଇଜର ମାନଙ୍କୁ ସମ୍ବର୍ଦ୍ଧିତ ସହ ନୂତନ ଭୋଟର ମାନଙ୍କୁ ନୂଆ ଭୋଟର ପରିଚୟ ପତ୍ର ବଣ୍ଟନ କରାଯିବ।୨୫ ତାରିଖ ପୂର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ମାନଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପଜିଲ୍ଲାପାଳ ରାଜ କିଶୋର ଜେନା, ପୁରୀ ତହସିଲଦାର ଅଭିଷେକ ଦାଶ,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଭାରତୀୟ ଷ୍ଟେଟବ୍ୟାଙ୍କ ର ମୁଖ୍ୟ ପରିଚାଳକ ହୃଷିକେଶ ତ୍ରିପାଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଏନ ଏସ ଏସ ର ପ୍ରୋଗ୍ରାମ ଅଧିକାରୀ ଗୋଲକ ବିହାରୀ ପଲାଇ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ।ଶେଷରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ସମସ୍ତ ଙ୍କ ସହଯୋଗ କାମନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *